ଚୀନରେ କରୋନା ସ୍ଥିତି ସାଂଘାତିକ
ନୂଆଦିଲ୍ଳୀ: ଦୀର୍ଘ ଦିନର ବ୍ୟବଧାନ ପରେ ଚୀନରେ ପୁଣି ୫ କରୋନାଜନିତ ମୃତ୍ୟୁ ମାମଲା ଚିହ୍ନଟ ହୋଇଛି। ୧.୪ ମିଲିୟନ୍ ଜନସଂଖ୍ୟା ଥିବା ଏହି ଦେଶରେ ସୋମବାର ଦିନ ପୁଣି ୫ଟି ମୃତ୍ୟୁ ମାମଲା ଚିହ୍ନଟ ହେବା ପରେ ମୃତ୍ୟୁ ସଂଖ୍ୟା ୫,୨୪୪ରେ ପହଞ୍ଚିଛି। ଗତ କିଛି ଦିନ ହେବ ଦେଶରେ କରୋନାଜନିତ ମୃତ୍ୟୁ ଘଟୁନଥିବା ବେଳେ ଏବେ ଏହା ଚିନ୍ତାର କାରଣ ପାଲଟିଛି। ଆଗାମୀ ଦିନରେ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଡିସେମ୍ବର ୩ ତାରିଖ ପରେ ନେସ୍ନାଲ୍ ହେଲ୍ଥ୍ କମିସନ୍(ଏନ୍ଏଚ୍ସି) ପ୍ରଥମ ଥର ପାଇଁ ଏହି ମୃତ୍ୟୁ ମାମଲା ଚିହ୍ନଟ କରିଛି। ଏହାଛଡ଼ା ଚୀନରେ ମୋସବାର ୫ଟି ମୃତ୍ୟୁ ମାମଲା ଚିହ୍ନଟ ହୋଇଥିବା ବେଳେ ନୂଆ ଲକ୍ଷଣ ଥିବା ୨,୭୨୨ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରବିବାର ୧,୯୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।