ଚୀନ୍ ବୈଦେଶିକ ମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି କ୍ବିନ୍ ଗାଙ୍ଗ୍!
ଜୁଲାଇ ମାସରୁ ଚୀନ୍ର ବୈଦେଶିକ ମନ୍ତ୍ରୀ ସାଧାରଣରେ ଦେଖାଯାଉନଥିଲେ । ତେବେ ଏହାର କାରଣ ଏବେ ଜଣାପଡିଛି । ଆମେରିକାରେ ତାଙ୍କର ପ୍ରେମ ସଂପର୍କକୁ ନେଇ ତାଙ୍କୁ ପଦରୁ ବହିଷ୍କାର କରାଯାଇଛି ବୋଲି କିଛି ଖବର ପ୍ରକାଶ ପାଇଛି । ପଦରୁ ବହିଷ୍କୃତ ହୋଇଥିବା କ୍ବିନ୍ ଗାଙ୍ଗ୍ ଆମେରିକାରେ ରାଷ୍ଟ୍ରଦୂତ ଥିବା ବେଳେ ପରକୀୟା ପ୍ରୀତିରେ ସମ୍ପୃକ୍ତ ଥିଲେ ବୋଲି ସେ ସଂକ୍ରାନ୍ତରେ ଅଗବତ ଥିବା ଲୋକମାନଙ୍କଠାରୁ ତଥ୍ୟ ସଂଗ୍ରହ କରି ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ରିପୋର୍ଟ କରିଛି।ଏହି ପରକୀୟା ପ୍ରୀତି ଅଥବା କ୍ବିନ୍ଙ୍କ ଆଚରଣ ଚୀନ୍ର ଜାତୀୟ ସୁରକ୍ଷାକୁ ବିପନ୍ନ କରୁଥିଲା କି, ନାହିଁ ତାହା ଉପରେ ଧ୍ୟାନ ଦିଆଯାଇ ଏବେ ତଦନ୍ତ ଚାଲିଛି ଓ ଏଥିରେ କ୍ବିନ୍ ସହଯୋଗ କରୁଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ତେବେ ଏନେଇ ଚୀନ ପକ୍ଷରୁ କିଛି କୁହାଯାଇନାହିଁ ।