ଚୀନର ପ୍ରତିରକ୍ଷା ମନ୍ତ୍ରୀ ଦୁଇ ସପ୍ତାହ ଧରି ଗାଏବ
ହଂକଂ: ଚୀନର ରାଜନୀତିରେ କଣ ଚାଲିଛି ତାହା କାହାକୁ ଜଣାନାହିଁ । ଦେଶରେ ଏକଛଦ୍ରବାଦୀ ନୀତି ଚାଲିଥିବାରୁ ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କ ବିରୋଧରେ କେହି କିଛି ବି କହିବାକୁ ସାହସ କରୁନାହାଁନ୍ତି । ବୈଦେଶିକ ମନ୍ତ୍ରୀଙ୍କ ପରେ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଦେଖାଯାଉନାହାଁନ୍ତି । ସି ଜିନିପିଙ୍ଗ ଙ୍କୁ ବିରୋଧ କରୁଥିବାରୁ ତାଙ୍କୁ ଗିରଫ କରାଯାଇଥିବା ଚର୍ଚା ହେଉଛି । ଏ ନେଇ ସାରା ଦେଶରେ ଜାରି ରହିଛି ସସପେ୍ନସ । ପ୍ରାୟ ୨ ସପ୍ତାହ ଧରି ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁ ହୋଇଯାଇଛନ୍ତି ଗାଏବ। ତେବେ ତାଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଛି ବୋଲି ସୂଚନା ଦେଇଛି ଆମେରିକା । କିନ୍ତୁ ଏହାର ସତ୍ୟତା କେତେ ତାହା ଜଣାପଡିନାହିଁ । ଏପରିକି ତାଙ୍କୁ ଦାୟିତ୍ବରୁ ହଟାଇ ଦିଆଯାଇଛି ବୋଲି ଚର୍ଚ୍ଚା ଧରିଛି। ଗତ ଜୁଲାଇରେ ଚୀନର ବୈଦେଶିକ ମନ୍ତ୍ରୀ କ୍ବିନ ଗାଙ୍ଗ ନିଖୋଜ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ଗାଏବ ଘଟଣାକୁ ନେଇ ଜାରି ରହିଛି ସସପେନ୍ସ। ପୂର୍ବରୁ ରକେଟ ଫୋର୍ସ କମାଣ୍ଡର ବି ହୋଇଯାଇଥିଲେ ନିଖୋଜ। ଗତ ଦୁଇ ମାସ ତଳେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପିପୁଲସ ଲିବରେସନ ଆର୍ମି ରକେଟ ଫୋର୍ସର ଦୁଇ ଜଣ ଟପ୍ ଜେନେରାଲଙ୍କୁ ହଟାଇ ଦେଇଥିଲେ।