ପାକିସ୍ତାନ ସେନା ଉପରେ BLAର ଆକ୍ରମଣ, ୯୦ ଜଣଙ୍କ ମୃତ୍ୟୁ
ପାକିସ୍ତାନରେ ପୁଣି ଥରେ ଏକ ବଡ଼ ଆକ୍ରମଣ ହୋଇଛି। ଏଥର ବାଲୁଚ ଆତଙ୍କବାଦୀମାନେ ପାକିସ୍ତାନ ସେନାକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣ ଭାରତରେ ହୋଇଥିବା ପୁଲୱାମା ଆକ୍ରମଣ ସହିତ ସମାନ ମନେ ହେଉଛି। ବେଲୁଚିସ୍ତାନର ନୋଶକିରେ ୭ ବସ ଏବଂ ସୁରକ୍ଷା ବାହିନୀର ୨ କାର ଉପରେ ଆକ୍ରମଣ ହୋଇଥିଲା। ପାକିସ୍ତାନୀ ଅଧିକାରୀଙ୍କ ଅନୁଯାୟୀ, ଏହି ଆକ୍ରମଣରେ ୫ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୧୩ ଜଣ ଯବାନ ଆହତ ହୋଇଛନ୍ତି। ଏହି ଆକ୍ରମଣ ବିଷୟରେ ସୂଚନା ଦେବା ସମୟରେ, BLA ଦାବି କରିଛି ଯେ ଏହି ଆକ୍ରମଣରେ ପ୍ରାୟ ୯୦ ଯବାନଙ୍କ ମୃତ୍ୟୁ ଘଟଛି।
ଜଣେ ଅଧିକାରୀ କହିଛନ୍ତି, ଗୋଟିଏ ବସ୍କୁ ଆଇଇଡି ଦ୍ୱାରା ଟାର୍ଗେଟ କରାଯାଇଥିଲା, ସମ୍ଭବତଃ ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା। ଯେତେବେଳେ ଅନ୍ୟ ବସ୍ଟି କ୍ୱେଟାରୁ ତାଫତାନ ଯାଉଥିବା ସମୟରେ ଏକ ରକେଟ ଚାଳିତ ଗ୍ରେନେଡ ଦ୍ୱାରା ଟାର୍ଗେଟ କରାଯାଇଥିଲା। ଆକ୍ରମଣରେ ଆହତମାନଙ୍କୁ ଚିକିତ୍ସା ପାଇଁ ନୋଶକି ଏବଂ ଏଫ୍ସି କ୍ୟାମ୍ପକୁ ନିଆଯାଇଛି। ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ନୋସ୍କିର ଏସ୍ଏଚ୍ଓ ସୁମନାଲି ଆଶଙ୍କା କରିଛନ୍ତି।