ଯୁଦ୍ଧର ଅଷ୍ଟମ ଦିନରେ କିଭର ପ୍ରତିରକ୍ଷା ମନ୍ତ୍ରଣାଳୟ ଭୟଙ୍କର ବିସ୍ଫୋରଣ

attack-on-kiev-explosions-at-three-schools

ମେଟ୍ରୋ ଟିଭି ଓଡିଶା (୩ .୩ .୨୦୨୨) :

ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ କିଭର ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହା ସହ ମେଟ୍ରୋ ଷ୍ଟେସନ ନିକଟରେ ମଧ୍ୟ ବିସ୍ଫୋରଣ ହୋଇଛି । କେବଳ ଏତିକି ନୁହେଁ, ଖାରକିଭରେ ୩ଟି ସ୍କୁଲ ଉପରେ ମିସାଇଲ ମାଡ କରାଯାଇଛି ।

ଏଥିପାଇଁ ୟୁକ୍ରେନର ୧୫ଟି ସହର ପାଇଁ ଜାରି ହୋଇଛି ଆଲର୍ଟ । ତେବେ ରୁଷ ସହ ଯୁଦ୍ଧ ଭିତରେ ବଡ଼ ଦାବି କରିଛି ୟୁକ୍ରେନ । ରୁଷର ୩୦ ଯୁଦ୍ଧ ବିମାନକୁ ରକେଟ ମାଡ଼ରେ ଖସାଇଛୁ ବୋଲି ୟୁକ୍ରେନ କହିଛି । ଏହା ସହ ୟୁକ୍ରେନ ଦାବି କରିଛି କି, ରୁଷର ୩୧ଟି ହେଲିକପ୍ଟର ଧ୍ୱଂସ ହୋଇଛି । ୨୧୧ଟି ଯୁଦ୍ଧ ଟ୍ୟାଙ୍କ ନଷ୍ଟ କରିଛୁ ।’ ଅନ୍ୟପଟେ ରୁଷ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧାରେ ୟୁକ୍ରେନରେ ୭୫୨ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ସଂଖ୍ୟା ୧ ମାର୍ଚ୍ଚ ପର୍ଯ୍ୟନ୍ତ ବୋଲି ସଂଯୁକ୍ତ ରାଷ୍ଟ୍ର କହିଛି ।