ପାକିସ୍ତାନର ବଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ
ଇସଲାମବାଦ: ପାକିସ୍ତାନର ବଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣରେ ୩୪ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଆହତ ହୋଇଛନ୍ତି ୧୩୦ରୁ ଅଧିକ ଲୋକ । ବିସ୍ଫୋରଣରେ ଜଣେ ପୋଲିସ ନଓ୍ବାଜ ଗାସକୋରି ପ୍ରାଣହରାଇଛନ୍ତି । ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ଲାଗି ଶହ ଶହ ଲୋକ ମସଜିଦରେ ପ୍ରାର୍ଥନା କରୁଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଲାଗି କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ପାକିସ୍ତାନ ତାଲିବାନ ସଂଗଠନ ବି ଏହି ଘଟଣାରେ ସମ୍ପୃକ୍ତି ନେଇ ଅସ୍ବୀକାର କରିଛି ।