ନେପାଳରେ ଭୂକମ୍ପ: ୧୫୭ ମୃତ

ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ଭୂକମ୍ପରେ ୧୫୭ ଜଣଙ୍କ ମୃତ୍ୟୁ ହୋଇଛି ।  ଆହୁରି ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଭୂକମ୍ପର କେନ୍ଦ୍ରସ୍ଥଳଠାରୁ ୫୫୦ କିମି ଦୂର ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ବିହାର ସମେତ ସମଗ୍ର ଉତ୍ତର ଭାରତରେ ଶକ୍ତ ଝଟ୍‌କା ଅନୁଭୂତ ହୋଇଥିଲା। ନେସନାଲ ଆର୍ଥକ୍ବେକ୍‌ ମେଜରମେଣ୍ଟ୍‌ ସେଣ୍ଟର (ଜାତୀୟ ଭୂକମ୍ପ ମାପ କେନ୍ଦ୍ର) ଅନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ଜାଜରକୋଟର ଲାମିଦଣ୍ଡା ଅଞ୍ଚଳରେ ଅବସ୍ଥିତ। ଭୂକମ୍ପ ବିଧ୍ବସ୍ତ ଅଂଚଳରେ ନେପାଳ ସେନା ଉଦ୍ଧାର ଅପରେସନ ଜାରି ରଖିଛି। ପାର୍ବତ୍ୟାଞ୍ଚଳ ଜାଜରକୋଟରେ ଅଧିକାରୀମାନେ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସାମ୍ନା କରିଛନ୍ତି। ୫ରୁ ଅଧିକ ଜିଲ୍ଲା ଭୂକମ୍ପ ଯୋଗୁଁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି।