ଆତ୍ମଘାତୀ ବିସ୍ଫୋରଣରେ ଦୋହଲିଲା ସୋମାଲିଆର ରାଜଧାନୀ

ସୋମାଲିଆ ରାଜଧାନୀ ସୋମାଲିଆରେ ଦୁଇଟି କାରରେ ଆତ୍ମଘାତୀ ବିସ୍ଫୋରଣ ସହ ଗୁଳି ବିନିମୟରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଲୋକ ଗୁରୁତର ହୋଇପଡିଛନ୍ତି । ମୋଗାଦିଶୁର ରାଜଧାନୀରେ ଦୁଇଟି ପୃଥକ କାର ବିସ୍ଫୋରଣ ହୋଇଥିଲା। ସୋମାଲିଆର ରାଷ୍ଟ୍ରପତି ହାସନ ଶେଖ ସ୍ଥାନୀୟ ସୋମାଲି ଗଣମାଧ୍ୟମକୁ କହିଛନ୍ତି ଯେ, ଏପର୍ୟ୍ୟନ୍ତ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦୦ ଏବଂ ୩୦୦ ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସେ କହିଛନ୍ତି ।ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋମାଲିଆର ଶିକ୍ଷା ମନ୍ତ୍ରଣାଳୟର କୋଠାକୁ ଦୁଇଟି କାର ବୋମା ଟାର୍ଗେଟ କରିଥିଲା। ରଏଟର୍ସ ଜଣେ ସ୍ଥାନୀୟ ଲୋକଙ୍କୁ ଉଦ୍ଧୃତ କରି କହିଛି, “କେ୫ ଷ୍ଟ୍ରିଟ୍ ରେ ଥିବା ଶିକ୍ଷା ମନ୍ତ୍ରଣାଳୟ କୋଠାକୁ ଦୁଇଟି କାର ବୋମା ଟାର୍ଗେଟ୍ କରିଥିଲା।