PoliticsWorld ନିଜ ଲୋକଙ୍କ ଉପରେ ବୋମା ପକାଇଲା ସେନା: ଶହେ ମୃତ Last updated Apr 12, 2023 ମିଆଁମାରରେ ରାଜନୈତିକ ଅସ୍ଥିରତା ଚରମ ସୀମାରେ ପହଁଚିଛି । ନିଜ ଲୋକଙ୍କ ଉପରେ ବିମାନ ଦ୍ବାରା ବୋମା ପକାଇବାରୁ ୧୦୦ ଜଣଙ୍କର ମୃତ୍ୟୁ ଘଟିଛି । ମିଆଁମାର୍ର ସାମରିକ ସରକାର ଏବେ ବିରୋଧ କରୁଥିବା ନିଜ ଦେଶର ଲୋକଙ୍କ ଉପରେ ଅତ୍ୟାଚାର କରୁଛି । ଏନେଇ ଜାତିସଂଘରେ ଉଦବେଗ ପ୍ରକାଶ ପାଇଛି । ମିଆଁମାର୍ର କାନ୍ବାଲୁ ନିକଟସ୍ଥ ପାଜି ଗାଇ ଗାଁ ରେ କିଛି ସରକାରୀ ‘ବିରୋଧୀ ଆନ୍ଦୋଳନ’ ଚାଲିଥିବା ବେଳେ ଏପରି ଆକ୍ରମଣ କରିଛି ସେନା । ୧୫୦ଜଣଙ୍କ ଉପରେ ଗୋଟାଏ ଲଢୁଆ ଜେଟ୍ ସିଧାସଳଖ ବୋମା ପକାଇଲା। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ମହିଳା ଏବଂ ୨୦ରୁ ୩୦ଜଣ ପିଲା ଅଛନ୍ତି। ନେତାମାନେ ଓ ସାମ୍ବାଦିକମାନେ ବି ବିମାନ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। Share