ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ; ତିନି ଆତଙ୍କବାଦୀ ନିହତ

army

ମେଟ୍ରୋ ଟିଭି ଓଡିଶା (୧୬ .୩ . ୨୦୨୨) :

ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି। ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ଘଟଣାସ୍ଥଳରୁ ଅନେକ ଗୋଳା ବାରୁଦ, ଆପତ୍ତିଜନକ ସାମଗ୍ରୀ, ଏକେ ୪୭, ୨ଟି ପିସ୍ତଲ ମଧ୍ୟ ଜବତ ହୋଇଛି। ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି।


ସୂଚନାନୁଯାୟୀ, ଶ୍ରୀନଗରର ନୌଗାମ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ଏଯାଏଁ ୩ ଆତଙ୍କବାଦୀ ନିହତ ହୋଇଥିବା ନେଇ ଖବର ମିଳିଛି। ଗତକାଲି ବିଳମ୍ବିତ ରାତିରେ ଖବର ମିଳିଥିଲା, ଉକ୍ତ ଅଞ୍ଚଳରେ ୩ ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିଲେ। ଏହାପରେ ତଲାସି ଅଭିଯାନ ଆରମ୍ଭ ହୋଇଥିଲା।