ଆଫଗାନିସ୍ତାନରେ ଆମେରିକାର ୨ ଟି ମିସାଇଲ୍ ମାଡ଼ରେ ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ ହୋଇଛି। ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ସୋମବାର ଏ ସଂକ୍ରାନ୍ତରେ ଗଣମାଧ୍ୟମ ସଂସ୍ଥା ରଏଟରକୁ କହିଛନ୍ତି। ତେବେ ପ୍ରଶ୍ନ ହେଉଛି ଆୟମାନ ଅଲ ଜୱାହିରିକୁ ମାରିବା ପାଇଁ ଦୁଇଟି ମିସାଇଲ୍ ବ୍ୟବହାର କରିବା ପରେ ବି ବିସ୍ଫୋରଣର କିଛି ଚିହ୍ନ ରହିଲା ନାହିଁ କିପରି? ଆମେରିକା ଏପରି କେଉଁ ଗୁପ୍ତ ଅସ୍ତ୍ର ପ୍ରୟୋଗ କରିଛି କି? ସବୁଠାରୁ ବଡ଼ କଥା ହେଉଛି ବିସ୍ଫୋରଣରେ କେବଳ ଜୱାହିରି ହିଁ ନିହତ ହୋଇଛି। କାରଣ ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି ଯେ ଆଉ କେହି ବି ହେଲେ କ୍ଷତିଗ୍ରସ୍ତ ହୋଇନାହାନ୍ତି।କୁହାଯାଉଛି ଯେ ଆମେରିକା ମାକାବ୍ରେ ହେଲ୍ଫାୟାର୍ ଆର୍୯ଏକ୍ସ ପ୍ରୟୋଗ କରିଥାଇପାରେ। ଯେଉଁଥିରେ କି ୬ଟି ରେଜର୍ ପରି ବ୍ଲେଡ୍ ରହିଥାଏ। ଏହି ବ୍ଲେଡ୍ ଥିବା ହେତୁ କାହାକୁ ନିହତ କରିବାର ଟାର୍ଗେଟ ପୂରା କରାଯାଇପାରେ, ତାହା ପୁଣି ବିନା ବିସ୍ଫୋରଣରେ। ପୂର୍ବରୁ ୨୦୧୭ ମସିହାରେ ଏହି ଆର୍୯ଏକ୍ସକୁ ପ୍ରଥମେ ପ୍ରୟୋଗ କରାଯାଇଥିଲା। ସେ ସମୟରେ ଅଲକାଏଦାର ବରିଷ୍ଠ ନେତା ଅବୁ-ଅଲ୍-ଖୟାର୍ ଅଲ୍-ମସ୍ରି ସିରିୟାରେ ଏକ କାର୍ରେ ଯାତ୍ରା କରୁଥିବା ବେଳେ ତାଙ୍କୁ ଏଥିରେ ଆକ୍ରମଣ କରି ନିହତ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ପେଣ୍ଟାଗନ୍ କିମ୍ବା ସିଆଇଏ ପରି ଅସ୍ତ୍ର ସର୍ବସାଧାରଣ ସ୍ବୀକୃତିପ୍ରାପ୍ତ ନୁହେଁ।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Prev Post
Next Post