ଭୟଙ୍କର ଭୂକମ୍ପ: ଆଫଗାନିସ୍ତାନରେ ବ୍ୟାପକ ଧ୍ୱଂସ
ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ । ଆଫଗାନିସ୍ତାନରେ ବ୍ୟାପକ ଧ୍ୱଂସ ଘଟାଇଛି ଭୂକମ୍ପ। ଆଫଗାନିସ୍ତାନର ପଶ୍ଚିମରେ ଏକ ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୨୦୦୦ ଲୋକଙ୍କର ମୃତ୍ୟୁଘଟିଛ । ପଶ୍ଚିମ ଆଫଗାନିସ୍ତାନର ଇରାନ ସୀମା ନିକଟରେ ଘଟିଥିବା ଏହି ଶକ୍ତିଶାଳୀ ଭୂକମ୍ପ ପରେ ବହୁ ସଂଖ୍ୟକ ଲୋକ ମଧ୍ୟ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରହିଛି | ଏହି ଭୂକମ୍ପ ହେରାଟ ସହରଠାରୁ ପ୍ରାୟ ୪୪୦ କିଲୋମିଟର ଦୂରରେ ଥିବା ଅନେକ ଗ୍ରାମକୁ ଧ୍ୱଂସ କରିଦେଇଛି । ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି ଏବଂ ଲୋକମାନେ ଏବେ ମଧ୍ୟ ଆବର୍ଜନାରେ ଫସି ରହିଛହିନ୍ତି । ଲୋକମାନେ ଅତି କମରେ ତିନୋଟି ଶକ୍ତିଶାଳୀ କମ୍ପନ ଅନୁଭବ କରିଥିଲେ | ଗତ କିଛି ଦିନ ପୂର୍ବରୁ ଆଫଗାନିସ୍ତାନରେ ହୋଇଥିଲା ଭୁକମ୍ପ । ପୁଣିଥରେ ଏକ ବଡ଼ ଭୂକମ୍ପ ଆଫଗାନିସ୍ତାନର ମେରୁଦଣ୍ଡକୁ ଦୋହଲାଇଦେଇଛି । ବ୍ୟାପକ ଧ୍ୱଂସ ଘଟାଇଛି ୨୦୦୦ ଲୋକଙ୍କର ଜୀବନ ନେଇଛି ।