ପାକିସ୍ତାନରେ ଯାତ୍ରୀବାହୀ ବସ୍ ଉପରେ ଆତଙ୍କୀ ଆକ୍ରମଣ, ୮ ମୃତ
ପାକିସ୍ତାନର ଗିଲଗିତ ବାଲିସ୍ତାନ ନିକଟରେ ଏକ ଯାତ୍ରୀବାହୀ ବସ୍ ଉପରେ ଆକ୍ରମଣ ହୋଇଥିଲା । ବସ୍ ଉପରେ ଆକ୍ରମଣ ଫଳରେ ୮ ଜଣ ଲୋକ ମରିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି । ପୋଲିସ କହିଛି କି, ଅଜ୍ଞାତ ବନ୍ଧୁକଧାରୀ ବସ୍ ଉପରେ ଗୁଳି ଚଳାଇଥିଲେ । ବସ୍ ଉପରେ ଆତଙ୍କୀ ଆକ୍ରମଣ ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨ ଜଣ ସୁରକ୍ଷା କର୍ମୀ ସାମିଲ ଥିବା ବେଳେ ଜଣେ ନାଗରିକ ସୁରକ୍ଷା ଅଧିକାରୀ ସାମିଲ ରହିଛନ୍ତି । ଏହାଛଡା ୨୬ ଜଣ ଆହତ ହୋଇଛି । ଶନିବାର ରାତିରେ ଏଭଳି ଘଟଣା ଘଟିଛି ।