ଗାଜାରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌ରେ ୨୯ ଜଣଙ୍କ ମୃତ୍ୟୁ

ଇସ୍ରାଏଲୀ ସେନା ଗାଜାଷ୍ଟ୍ରିପ୍‌ରେ ବୋମାମାଡ଼ ଜାରି ରଖିଥିବାବେଳେ ଏଥିରେ ୨୯ ଜଣ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଗାଜା ଉତ୍ତର ଭାଗରେ ବିସ୍ଥାପିତ ଲୋକେ ଆଶ୍ରୟ ନେଇଥିବା ଏକ ଘର ଉପରେ ବୋମାମାଡ଼ ହେବାରୁ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ଜଣେ ମେଡିକାଲ ଅଫିସର କହିଛନ୍ତି।ଏହା ବ୍ୟତୀତ ଅନ୍ୟ ଏକ ଆକ୍ରମଣରେ ଜଣେ ମହିଳା ଓ ତାଙ୍କର ୨ ପିଲା ପ୍ରାଣ ହରାଇଛନ୍ତି। ସେହିପରି କେନ୍ଦ୍ରୀୟ ଗାଜାରେ ଥିବା ନୁସେଇରାତ୍‌ ଶରଣାର୍ଥୀ ଶିବିର ଉପରେ ବୋମାମାଡ଼ ହେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି।