ମେକ୍ସିକୋ ସଂସଦରେ ପ୍ରଦର୍ଶିତ ହେଲା ଏଲିଅନ୍ କଙ୍କାଳ
ଏଲିଅନଙ୍କ ହଜାର ବର୍ଷ ତଳର କଙ୍କାଳ ମିଳିଛି । ମେକ୍ସିକୋ ସଂସଦରେ ଦୁଇଟି ଏଲିଅନ୍ କଙ୍କାଳ ପ୍ରଦର୍ଶିତ କରିଛନ୍ତି ଏଲିଅନଙ୍କ ରିସର୍ଚ କରୁଥିବା ୭୦ ବର୍ଷୀୟ ଜେମେ ମୌସାନ୍ । ଦୁଇଟି କଙ୍କାଳ ରଖି ସେ କହିଛନ୍ତି, ଏ କଙ୍କାଳ ଦୁଇଟି ଅଣ-ମାନବ ଜନ୍ତୁଙ୍କର । କେବଳ ସେତିକି ନୁହେଁ ଏହି କଙ୍କାଳ ଦୁଇଟିର ବୈଜ୍ଞାନିକ ଯାଂଚ ପାଇଁ ମେକ୍ସିକୋର ନ୍ୟାସନାଲ ଅଟୋନମ୍ସ ୟୁନିଭର୍ସିଟିର ସହାୟତା ମଧ୍ୟ ନେଇଥିଲେ ମୌସାନ୍ । ଯେଉଁଥିରୁ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ପେରୁରୁ ଉଦ୍ଧାର ଦୁଇଟି ଏଲିଅନ୍ କଙ୍କାଳକୁ ନେଇ ସାରା ବିଶ୍ବରେ ଚର୍ଚା ଲାଗିରହିଛି । ପୂର୍ବରୁ ଏଲିଅନ୍ କଙ୍କାଳ ପ୍ରଦର୍ଶିତ କରି ଲୋକହସା ହୋଇଛନ୍ତି ଜେମେ ମୌସାନ୍ । ପୂର୍ବରୁ ଏକ କଙ୍କାଳକୁ ସେ ଏଲିଅନ୍ କଙ୍କାଳ ବୋଲି କହିଥିଲେ, ମାତ୍ର ପରେ ତାହା ଏକ ଅଣ- ବିକଶିତ ମାନବ ଶିଶୁର କଙ୍କାଳ ବୋଲି ପ୍ରମାଣିତ ହୋଇଥିଲା । ଫଳରେ ଏବେ ମୌସାନ୍ ସାମ୍ନାକୁ ଆଣିଥିବା ଏହି ଦୁଇ କଙ୍କାଳ ନେଇ ମଧ୍ୟ ସନ୍ଦେହ କରାଯାଉଛି ।