୭୦ କୋଟି ଟଙ୍କାରେ ନିଲାମ ହେଲା ବିଶ୍ୱର ତୃତୀୟ ବ୍ୟୟବହୁଳ ‘ନମ୍ବର ପ୍ଲେଟ୍’
ମେଟ୍ରୋ ଟିଭି ଓଡିଶା (୨୩.୪.୨୦୨୨ )
ଦୁବାଇର ‘ମୋଷ୍ଟ୍ ନୋବଲ୍ ନମ୍ବର୍ସ’ ଦାତବ୍ୟ ନିଲାମରେ ବିଶ୍ୱର ତୃତୀୟ ବ୍ୟୟବହୁଳ ‘ନମ୍ବର ପ୍ଲେଟ୍’ ୭୦ କୋଟି ଟଙ୍କାରେ ବିକ୍ରୟ ହୋଇଯାଇଛି। ଏକ ଅଙ୍କବିଶିଷ୍ଟ ନମ୍ବର ପ୍ଲେଟ୍ ‘ଏଏ୮’ ନିଲାମରୁ ଭାରତୀୟ ମୁଦ୍ରା ହିସାବରେ ୭୦ କୋଟିରୁ ଊର୍ଧ ଟଙ୍କା ଆୟ ହୋଇଛି। ଗତବର୍ଷ ‘ଏଏ୯’ ନମ୍ବର ପ୍ଲେଟ୍ଟି କିନ୍ତୁ, ୭୯ କୋଟିରୁ ଉର୍ଧ ମୂଲ୍ୟରେ ବିକ୍ରୟ ହୋଇଥିଲା।

‘ୱାନ୍ ବିଲିୟନ୍ ମିଲ୍ସ୍’ ଅଭିଯାନକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଉପରୋକ୍ତ ନମ୍ବର ପ୍ଲେଟ୍ ନିଲାମ ଡକାଯାଇଥିଲା। ୫୦ରୁ ଊର୍ଧ ଦେଶରେ ଥିବା ଅସୁରକ୍ଷିତ ସମ୍ପ୍ରଦାୟଙ୍କୁ ଆହାର ଏହି ଅଭିଯାନ ଆହାର ଯୋଗାଇବ। ଦୁବାଇସ୍ଥିତ ‘ଏମିରେଟ୍ସ୍ ଅକ୍ସନ୍’ ଆଣ୍ଡ୍ ‘ରୋଡ୍ସ୍ ଆଣ୍ଡ୍ ଟ୍ରାନ୍ସପୋର୍ଟ ଅଥରିଟି’ଙ୍କ ଦ୍ୱାରା ଆୟୋଜିତ ଏହି ନିଲାମରେ ଉକ୍ତ ନମ୍ବର ପ୍ଲେଟ୍ କିଣିବାକୁ ତୀବ୍ର ପ୍ରତୀଦ୍ୱନ୍ଦିତା ଚାଲିଥିଲା।