୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଭୋଗିବେ ଲାଲୁ

#lalu jadav#in jail #case-fined-60-lakh

ମେଟ୍ରୋ ଟିଭି ଓଡିଶା (୨୧ .୨.୨୦୨୨) :

ପୁଣି ଲାଲୁଙ୍କୁ ଜେଲ ଦଣ୍ଡାଦେଶ ମିଳିବ । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଆଉ ୫ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି । ରାଞ୍ଚି ସିବିଆଇ କୋର୍ଟ ଏନେଇ ରାୟ ଶୁଣାଇଛନ୍ତି । ଲାଲୁଙ୍କୁ ଗୋଖାଦ୍ୟ ଦୁର୍ନୀତିର ପଞ୍ଚମ ମାମଲାରେ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଏଥି ସହ ତାଙ୍କୁ ୬୦ ଲକ୍ଷ ଜରିମାନା ଦେବାକୁ ମଧ୍ୟ କୋର୍ଟ କହିଛନ୍ତି । ପୂର୍ବରୁ ମଧ୍ୟ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୪ ମାମଲାରେ ୧୪ ବର୍ଷ ଜେଲ ଭୋଗୀଥିଲେ ଲାଲୁ ।

#lalu prasad yadab
#gets-five-year
#jail
#-fodder scam 
#case fined 60 lakh

ଏହି ଘୋଟାଲାରେ ଅନେକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଥିଲା । ୧୯୯୦-୯୨ ମଧ୍ୟରେ ଏହି ଘଟଣା ଘଟିଲା । ଏହି ଘଟଣାରେ କିଛି ଅଧିକାରୀ ଓ ନେତାମାନଙ୍କ ମଧ୍ୟ ସମ୍ପୃକ୍ତି ରହିଥିଲା । ଘଟଣାକୁ ନେଇ ସିବିଆଇ ମଧ୍ୟ ତାର ପ୍ରତିକ୍ରିୟା ରଖିଛି । ସିବିଆଇ କହିଛି ଏହି ଘଟଣାରେ ସମସ୍ତ ମନ୍ତ୍ରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି । ଏହା ଗୋଟିଏ ବଡ଼ ଷଡଯନ୍ତ୍ର ମାମଲା ।