ଯୁଦ୍ଧ ବିରାମ ପରେ ପ୍ରଥମ ଦିନରେ ମୁକୁଳିଲେ ଇସ୍ରାଏଲ୍ ପଣବନ୍ଦୀ । ଏଥିସହ ୧୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ୍ ମୁକ୍ତ କରିଛି। ସେହପରି ଥାଇଲାଣ୍ଡର ୧୨ ପଣବନ୍ଦୀଙ୍କୁ ମଧ୍ୟ ମୁକ୍ତ କରାଯାଇଥିବା ଥାଇ ପ୍ରଧାନମନ୍ତ୍ରୀ ସ୍ରେଥା ଥାଭିସିନ୍ ସୂଚନା ଦେଇଛନ୍ତି।୭ରେ ହମାସ୍ ଆତଙ୍କବାଦୀମାନେ ଇସ୍ରାଏଲରୁ ପ୍ରାୟ ୨୪୦ ଜଣଙ୍କୁ ଅପହରଣ କରି ପଣବନ୍ଦୀ ରଖିଥିଲେ। ପୂର୍ବରୁ ସେମାନେ ୪ ଜଣଙ୍କୁ ଛାଡ଼ିଥିଲେ। କାତାର, ଇଜିପ୍ଟ ଓ ଆମେରିକା ମଧ୍ୟସ୍ଥତାରେ ସନ୍ଧି ସଫଳ ହେବା ପରେ ୧୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ୍ ମୁକ୍ତ କରିଛି। ଏହି କୂଟନୈତିକ ସଫଳତା ଯୋଗୁ ଗାଜାର ପ୍ରାୟ ୨.୩ ନିୟୁତ ପାଲେଷ୍ଟିନୀୟଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏହା ବଦଳରେ ଇସ୍ରାଏଲ ମଧ୍ୟ ନିଜ ଜେଲରୁ ୧୫୦ ପଲେଷ୍ଟିନୀୟଙ୍କୁ ମୁକ୍ତ କରିଛି। ଇସ୍ରାଏଲ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇଣ୍ଟରନ୍ୟାଶନାଲ କମିଟି ଫର୍ ରେଡ୍ କ୍ରସ୍କୁ ୧୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ହସ୍ତାନ୍ତର କରାଯାଇଛି। ସେମାନେ ଇଜିପ୍ଟ ସୀମାନ୍ତ ରାଫାହ ବର୍ଡର କ୍ରସିଂ ଦେଇ ଫେରିଛନ୍ତି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post