ମେଟ୍ରୋ ଟିଭି ଓଡିଶା (୧୭.୫.୨୦୨୨)
ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଜାରି ଥିବା ଯୁଦ୍ଧ ୮୩ ଦିନରେ ପହଞ୍ଚିଛି । ଗତ ଫେବ୍ରୁଆରୀ ୨୪ ତାରିଖ ଠାରୁ ୟୁକ୍ରେନ୍ର ପୂର୍ବ ଭାବରେ ରୁଷିଆର ସୈନିକମାନେ ଲଗାତାର ଆକ୍ରମଣ କରିଚାଲିଛନ୍ତି । କିଭ୍, ଖାରକିଭ ଓ ମାରିୟୁପୋଲ ଭଳି ସହର ଏକ ପ୍ରକାର ବର୍ବାଦ ଅଭିମୁଖେ । ଏହାରି ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ପୁଣି ଥରେ ଚେତାବନୀ ଦେଇଛନ୍ତି । କିନ୍ତୁ ପୁତିନଙ୍କ ଏହି ଚେତାବନୀ ୟୁକ୍ରେନ୍ ପାଇଁ ନୁହେଁ, ବରଂ ୟୁରୋପର ଅନ୍ୟ ୨ଟି ଦେଶ ପାଇଁ ।

ପୁତିନ ଏଥର ଫିନଲ୍ୟାଣ୍ଡ ଓ ସ୍ୱୀଡେନକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ଏହି ୨ ଦେଶ ରୁଷିଆ ବିରୋଧୀ କାର୍ଯ୍ୟକଳାପ କରିବେ, ତା’ହେଲେ ଅନେକ କିଛି ହରାଇବାକୁ ପଡ଼ିବ । ଏହି ଧମକରୁ ଜଣାଯାଉଛି ଯେ, ଫିନଲାଣ୍ଡ ଓ ସ୍ୱୀଡେନ ଉପରେ ଆକ୍ରମଣ କରିବାକୁ ପୁତିନ ପଛାଇବେ ନାହିଁ ।
ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ଥିବା ବେଳେ ଫିନଲ୍ୟାଣ୍ଡ ଓ ସ୍ୱୀଡେନ୍ ଲଗାତାର ନାଟୋରେ ସାମିଲ ହେବାକୁ ଉଦ୍ୟମ କରୁଛନ୍ତି । ନାଟୋର ମୁଖ୍ୟ ସଚିବ ତୁର୍କୀର ବିଦେଶ ମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି । ତୁର୍କୀ ଫିନଲ୍ୟାଣ୍ଡ ଓ ସ୍ୱୀଡେନର ନାଟୋରେ ସାମିଲ ହେବାକୁ ବିରୋଧ କରିଛି ।