୧୮ରୁ ୪୦ ବର୍ଷର ଲୋକଙ୍କୁ ପ୍ରତି ମାସରେ ୧୮୦୦ ଟଙ୍କା ଦେବେ କେନ୍ଦ୍ର ସରକାର, ଜାଣନ୍ତୁ କ’ଣ ରହିଛି ମାମଲା?

୧୮ରୁ ୪୦ ବର୍ଷର ଲୋକଙ୍କୁ ପ୍ରତି ମାସରେ ୧୮୦୦ ଟଙ୍କା ଦେବେ କେନ୍ଦ୍ର ସରକାର, ଜାଣନ୍ତୁ କ’ଣ ରହିଛି ମାମଲା?

ମେଟ୍ରୋ ଟିଭି ଓଡିଶା (୪.୫.୨୦୨୨)

କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ସରକାରୀ ଯୋଜନା ପରିଚାଳିତ ହେଉଛି, ଯାହା ଅଧୀନରେ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, ଯେଉଁଥିରେ କୁହାଯାଇଛି ଯେ ସରକାର ପିଏମ ମାନଧନ ଯୋଜନା ଅଧିନରେ ୧୮ରୁ ୪୦ ବର୍ଷର ଲୋକଙ୍କୁ ପ୍ରତି ମାସରେ ୧୮୦୦ ଟଙ୍କା ଦେଉଛନ୍ତି । ପିଆଇବି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ।ଆଇବି ଏହି ପୋଷ୍ଟକୁ ଦେଖି ଫ୍ୟାକ୍ଟ ଚେକ୍ ମାଧ୍ୟମରେ ଏହାର ସତ୍ୟତା ଜାଣିବାକୁ ଚେଷ୍ଟା କରିଥିଲା ।

ସେହି ଟ୍ୱିଟରେ ଲେଖାଥିଲା କି, ଏକ ଅନଲାଇନ୍ ଫର୍ମ ପୂରଣ କରିବା ପରେ ପ୍ରଧାନମନ୍ତ୍ରୀ ମାନଧନ ଯୋଜନା ଅଧିନରେ କେନ୍ଦ୍ର ସରକାର ୧୮ରୁ ୪୦ ବର୍ଷର ଲୋକଙ୍କୁ ପ୍ରତି ମାସରେ ୧୮୦୦ ଟଙ୍କା ଦେଉଛନ୍ତି ।କିନ୍ତୁ ଫ୍ୟାକ୍ଟ ଚେକର ଅନୁସନ୍ଧାନ ପରେ ଜଣାପଡିଲା କି, ଏହା ସମ୍ପୂର୍ଣ୍ଣ ଫେକ୍ । କାହିଁକି ନା ପିଏମ ମାନଧନ ଯୋଜନା ଏକ ପେନସନ୍ ଯୋଜନା । ଏଥିରେ ହିତାଧିକାରୀଙ୍କୁ ୬୦ ବର୍ଷ ପରେ ହିଁ ପେନସନ୍ ମିଳିଥାଏ । ଏହା ପୂର୍ବରୁ ସରକାର କାହାକୁ ବି କିଛି ଟଙ୍କା ଦିଅନ୍ତି ନାହିଁ ।