୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ )

ବ୍ୟାଙ୍କ ସହ ଜଡ଼ିତ ଅଧିକାଂଶ କାମ ଆଜିକାଲି ଅନଲାଇନରେ ହେଉଛି । କିନ୍ତୁ ଏପରି କିଛି କାମ ରହିଛି, ଯେଉଁଥିପାଇଁ ଆପଣଙ୍କୁ ବେଳେବେଳେ ବ୍ୟାଙ୍କ ଯିବାକୁ ପଡିଥାଏ । ଯଦି ଆପଣ ଜୁନ ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି କାମ ପାଇଁ ବ୍ରାଞ୍ଚ ଯିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାହିଁକିନା ଜୁନରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୨ ଜୁନ୍ ମାସ ପାଇଁ ଛୁଟି ତାଲିକା ଜାରି କରିଛି ।ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ ଛୁଟି ତାଲିକାକୁ ତିନି ଶ୍ରେଣୀରେ ବିଭକ୍ତ କରିଛି । ଜାତୀୟ ଛୁଟି ସହ କିଛି ରାଜ୍ୟର ସ୍ୱତନ୍ତ୍ର ଛୁଟି ମଧ୍ୟ ଏଥିରେ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଜୁନ୍ ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ ।

ତେଲଙ୍ଗାନା ସ୍ଥାପନ ଦିବସ (ହିମାଚଳ ପ୍ରଦେଶ, ହରିୟାଣା, ରାଜସ୍ଥାନ, ତେଲେଙ୍ଗାନାରେ ଛୁଟି)ଜୁନ୍ ୩ ତାରିଖ: ଶୁକ୍ରବାର- ଶ୍ରୀ ଗୁରୁ ଅର୍ଜୁନ ଦେବ ଜୀଙ୍କର ଶହୀଦ ଦିବସ (ପଞ୍ଜାବରେ ଛୁଟି)ଜୁନ୍ ୫ ତାରିଖ: ରବିବାର- ସାପ୍ତାହିକ ଛୁଟିଜୁନ୍ ୧୧ ତାରିଖ: ଶନିବାର- ଦ୍ୱିତୀୟ ଶନିବାର ବ୍ୟାଙ୍କ ଛୁଟିଜୁନ୍ ୧୨ ତାରିଖ: ରବିବାର- ସାପ୍ତାହିକ ଛୁଟିଜୁନ୍ ୧୪ ତାରିଖ: ମଙ୍ଗଳବାର- ପ୍ରଥମ ରାଜା/ସନ୍ଥ ଗୁରୁ କବୀର ଜୟନ୍ତୀ (ଓଡିଶା, ଚଣ୍ଡିଗଡ, ହିମାଚଳ ପ୍ରଦେଶ, ହରିୟାଣା, ପଞ୍ଜାବରେ ଛୁଟି)ଜୁନ୍ ୧୫ ତାରିଖ: ବୁଧବାର- ରଜ ସଂକ୍ରାନ୍ତି/ୱାଇଏମଏ ଦିବସ/ଗୁରୁ ହରଗୋବିନ୍ଦ ଜୀଙ୍କ ଜନ୍ମଦିନ (ଓଡିଶା, ମିଜୋରାମ୍, ଜାମ୍ମୁ କାଶ୍ମୀରରେ ଛୁଟି)ଜୁନ୍ ୧୯ ତାରିଖ: ରବିବାର- ସାପ୍ତାହିକ ଛୁଟିଜୁନ୍ ୨୨ ତାରିଖ: ବୁଧବାର- ଖାରଚି ପୂଜା (ତ୍ରିପୁରାରେ ଛୁଟି)ଜୁନ୍ ୨୫ ତାରିଖ: ଶନିବାର- ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟିଜୁନ୍ ୨୬ ତାରିଖ: ରବିବାର- ସାପ୍ତାହିକ ଛୁଟିଜୁନ୍ ୩୦ ତାରିଖ: ବୁଧବାର- ରେମନା ନି (ମିଜୋରାମରେ ଛୁଟି) ।