“ୟୁନିସ ” କରୁଛି ୟୁରୋପରେ ତାଣ୍ଡବ
ମେଟ୍ରୋ ଟିଭି ଓଡିଶା (୧୯ .୨.୨୦୨୨) :
ଆଜି ୟୁରୋପରେ ୟୁନିସ ନାମକ ଝଡ ଯୋଗୁଁ ପ୍ରକୃତି ଅଶାନ୍ତ ହୋଇପଡିଛି। ଏହାର ପ୍ରଭାବରେ ଆଟଲାଣ୍ଟିକ୍ ସମୁଦ୍ରରେ ସୃଷ୍ଟି ହୋଇଛି ଭୟଙ୍କର ଝଡ଼। ସୃଷ୍ଟି ହୋଇଥିବା ଏହି ପ୍ରଳୟଙ୍କରୀ ଝଡ଼ ଯୋଗୁ ପବନର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ଥିବା ବେଳେ ଏଥିରେ ପ୍ରାୟ ୯ ଜଣଙ୍କ ଜୀବନ ଯାଇଛି।

ଝଡ ଯୋଗୁଁ ପାଖାପାଖି ୪୩୬ ବିମାନକୁ ବାତିଲ କରାଯାଇଛି। ବିଶେଷ କରି ଏହି ଝଡ଼ ପଶ୍ଚିମ ଇଂଲଣ୍ଡରେ ମାଡ଼ ହେବା ସହ ବିପୁଳ କ୍ଷୟକ୍ଷତି କରିଛି। ଜୀବନ ବଞ୍ଚାଇବା ପାଇଁ ଲଣ୍ଡନର ୦୨ ଏରିନା ଛାତରେ ହଜାର ହଜାର ଲୋକ ଆଶ୍ରୟ ନେଇଛନ୍ତି। ଝଡ଼ ପବନରେ ରାସ୍ତାରେ ବଡ଼ ବଡ଼ ଗଛମାନ ଟଳି ପଡ଼ିଥିବା ବେଳେ ବିଜୁଳି କଟି ଯାଇଛି।

ଫଳରେ ଲୋକମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି। ବିନା ବିଜୁଳିରେ ଏକ ଲକ୍ଷରୁ ଅଧିକ ଘର ରହିଛି। ଲଣ୍ଡନରେ ରେଡ ଆଲର୍ଟ ଜାରି କରାଯାଇଛି। ଭୟଙ୍କର ଝଡ଼ ପବନ ଯୋଗୁ ବ୍ରିଟେନରେ ରେଲୱେ ଷ୍ଟେସନ ଓ ଏୟାରପୋର୍ଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଟ୍ରେନ୍ ଏବଂ ପ୍ଲେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୪୩୬ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ନେଦରଲାଣ୍ଡରେ ୩୯୦ଟି ବିମାନ ରଦ୍ଦ କରାଯାଇଛି।