ୟୁକ୍ରେନ୍‌ ଆକାଶରେଘୁରିବୁଲୁଛି ‘ଭୂତ’?ରୁଷକୁ ଦେଉଛି ମୁହଁତୋଡ ଜବାବ

ghost-of-kyiv-ukraine-arms-surrender-propaganda-galore-fog-of-war

ମେଟ୍ରୋଟିଭିଓଡିଶା(୨୭.୨.୨୦୨୨)

ୟୁକ୍ରେନ୍‌ ଓ ରୁଷ ଭିତରେ ଜାରି ରହିଛି ଭୟଙ୍କର ଯୁଦ୍ଧ। ରୁଷ ସେନା ଗୋଟିଏ ପରେ ଗୋଟିଏ ୟୁକ୍ରେନ୍‌ ସହର ଉପରେ କବ୍‌ଜା କରି ଚାଲିଛି। ଧୀରେ ଧୀରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌ରେ ମଧ୍ୟ ପ୍ରବେଶ କରିଛନ୍ତି ରୁଷ ସେନା। ଆଜି ହେଉଛି ରୁଷ-ୟୁକ୍ରେନ୍‌ ଯୁଦ୍ଧର ଚତୁର୍ଥ ଦିନ। ରୁଷ ସେନାକୁ ୟୁକ୍ରେନ୍‌ ମଧ୍ୟ ପାଲଟା ଜାବାବ ଦେଇ ଚାଲିଛି। ଏହାରି ଭିତରେ ୟୁକ୍ରେନ୍‌ ଆକାଶ ଏକ ‘ଭୂତ’ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ଏହି ‘ଭୂତ’ ରୁଷ ସେନାକୁ ଦେଉଛି ଜୋରଦାର ଟକ୍କର। ଏଯାଏଁ ରୁଷର ୬ଟି ଯୁଦ୍ଧ ବିମାନ ଖସାଇ ସାରିଲାଣି।ଅନେକ ଗଣମାଧ୍ୟମ ୟୁକ୍ରେନବାସୀଙ୍କୁ ରକ୍ଷା କରୁଥିବା ଏକ ରହସ୍ୟମୟ ମିଗ୍-୨୯ ଫାଇଟର୍ ପ୍ଲେନ୍ ବାବଦରେ ଖବର ପ୍ରସାରଣ ହୋଇଛି। ଏହାକୁ ସେମାନେ ‘ଘୋଷ୍ଟ ଅଫ୍ ଦି କିଭ୍’ ବୋଲି କହୁଛନ୍ତି।

ଏହି ‘ଭୂତ’ ହେଉଛନ୍ତି ପ୍ରକୃତରେ ୟୁକ୍ରେନର ଜଣେ ସାହସୀ MiG-29 ଫୁଲକ୍ରମ୍ ଯୁଦ୍ଧ ବିମାନ ପାଇଲଟ୍ ଯାହାକୁ ୟୁକ୍ରେନର ନାଗରିକମାନେ ସେମାନଙ୍କର ‘ହିରୋ’ ବୋଲି କୁହନ୍ତି।ଅନେକ ଗଣମାଧ୍ୟମ ୟୁକ୍ରେନବାସୀଙ୍କୁ ରକ୍ଷା କରୁଥିବା ଏକ ରହସ୍ୟମୟ ମିଗ୍-୨୯ ଫାଇଟର୍ ପ୍ଲେନ୍ ବାବଦରେ ଖବର ପ୍ରସାରଣ ହୋଇଛି। ଏହାକୁ ସେମାନେ ‘ଘୋଷ୍ଟ ଅଫ୍ ଦି କିଭ୍’ ବୋଲି କହୁଛନ୍ତି। ଏହି ‘ଭୂତ’ ହେଉଛନ୍ତି ପ୍ରକୃତରେ ୟୁକ୍ରେନର ଜଣେ ସାହସୀ MiG-29 ଫୁଲକ୍ରମ୍ ଯୁଦ୍ଧ ବିମାନ ପାଇଲଟ୍ ଯାହାକୁ ୟୁକ୍ରେନର ନାଗରିକମାନେ ସେମାନଙ୍କର ‘ହିରୋ’ ବୋଲି କୁହନ୍ତି।ଜଣେ ୟୁଜର ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ‘ସେ ଦୁଇଟି ୟୁକ୍ରେନ ଯୁଦ୍ଧ ବିମାନକୁ କିଭ୍ ଆଡେ ମୁହାଁଉଥିବା ଦେଖିଥିଲେ। ତେବେ ଏହି ଦୁଇଟି ବିମାନ କିଭ୍‌ ଭିତରକୁ କିନ୍ତୁ ପ୍ରବେଶ କରିନପାରି ଫେରି ଆସିଥିଲେ। ଏହା ଭୂତ ହୋଇପାରେ।’ଆଉ ଜଣେ ଟ୍ୱିଟ୍ କରି କହିଛନ୍ତି ଯେ, ଜଣେ ୟୁକ୍ରେନ ପାଇଲଟ ୬ଟି ରୁଷ ବିମାନକୁ ଖସାଇ ଦେଇଛନ୍ତି। ଏହି ପାଇଲଟଙ୍କୁ ‘ଘୋଷ୍ଟ ଅଫ୍ କିଭ୍’ କୁହାଯାଉଛି।

ତାଙ୍କର ମିଗ୍ ୨୯ ବିମାନ ଅନେକ ଭିଡିଓରେ ଦେଖିବାକୁ ମିଳିଛି। ୟୁକ୍ରେନର ପୂର୍ବତନ ରାଷ୍ଟ୍ରପତି ମଧ୍ୟ ଏକ ଫଟୋ ଜାରି କରିଛନ୍ତି। ସୋସିଆଲ ମିଡିଆରେ ୟୁକ୍ରେନ ପାଇଲଟଙ୍କ ଅନେକ ଭିଡିଓ ସେୟାର କରାଯାଇଛି। ଏଥିରେ ମିଗ୍ ୨୯ଟି ରୁଷର ଏକ ବିମାନକୁ ପିଛା କରି ଧ୍ୱଂସ କରୁଥିବା ଦେଖିବାକୁ ମିଳିଛି।