ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ବଢୁଥିବା ଘନିଷ୍ଠତା କାହାକୁ ଅଛପା ନାହିଁ। ଆମେରିକା ୟୁକ୍ରେନ ସର୍ବଦା ପ୍ରତି ପ୍ରତିବଦ୍ଧ ରହିଛି। ଆମେରିକା ରାଷ୍ଟ୍ରପତି କହିଛନ୍ତି, ୟୁକ୍ରେନକୁ ସମର୍ଥନ କରିବା ପାଇଁ ୱାଶିଂଟନ ପଛଘୁଞ୍ଚା ଦେବ ନାହିଁ। ଆମେରିକାର ସଂସଦରେ ସ୍ବଳ୍ପ ମିଆଦି ବିଲ ପାରିତ ହେବାର କିଛି ସମୟ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ମନ୍ତବ୍ୟ ଦେଇଛନ୍ତି।ବାଇଡେନ କହିଛନ୍ତି ଯେ, ମୁଁ ଆମେରିକୀୟ ଏବଂ ୟୁକ୍ରେନୀୟମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଆପଣ ଆମର ସମର୍ଥନ ଉପରେ ଭରସା କରିପାରିବେ। ଆମେ ପଛକୁ ଫେରିବୁ ନାହିଁ। ୟୁକ୍ରେନକୁ ସମର୍ଥନ ଆମେ ଜାରି ରଖିବୁ। ମୁଁ ଆଶା କରୁଛି ମୋର ବନ୍ଧୁମାନେ ୟୁକ୍ରେନ ପାଇଁ ସମର୍ଥନ ଜଣାଇବେ। ୟୁକ୍ରେନ ପାଇଁ ଆମେରିକାର ସମର୍ଥନକୁ କୌଣସି ପରିସ୍ଥିତିରେ ବାଧା ଦେବାକୁ ଆମେ ଅନୁମତି ଦେବୁ ନାହିଁ। ୟୁକ୍ରେନ ବର୍ତ୍ତମାନ ଆକ୍ରୋଶ ଏବଂ ନିଷ୍ଠୁରତା ବିରୋଧରେ ଯୁଦ୍ଧ କରୁଛି। ତେଣୁ ଆମେ ସହାୟତା ଦେବା ଜରୁରୀ। ସୂଚନାଯୋଗ୍ୟ, ୟୁକ୍ରେନକୁ ଆମେରିକାର ସହାୟତାକୁ ନେଇ ଦେଶରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post