ଅଷ୍ଟ୍ରେଲିଆର କେନର୍ସ ସହରର ଏକ ହୋଟେଲ ଛାତରେ ଏକ ହେଲିକପ୍ଟର ଖସିପଡିଛି। ଏହାନରେ ତୁରନ୍ତ ଜରୁରୀକାଳୀନ ଦଳକୁ ଡକାଯାଇଥିଲା। ପୋଲିସ ତୁରନ୍ତ ପୁରା ହୋଟେଲରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ୪୦୦ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁଯାୟୀ ପାଇଲଟ ଏବଂ ବିମାନରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କେନର୍ସ ଅଷ୍ଟ୍ରେଲିଆର ଅଗ୍ରଣୀ ପର୍ଯ୍ୟଟନ ସହର ଭାବରେ ମାନ୍ୟତା ପାଇଛି। ଏହା ଅଷ୍ଟ୍ରେଲିଆର ଗ୍ରେଟ ବ୍ୟାରେଜ ରିଫ ପାଇଁ ପ୍ରବେଶ ଦ୍ୱାର ଭାବରେ ବିବେଚନା କରାଯାଏ।
ଅଧିକାରୀମାନେ ସୋମବାର କହିଛନ୍ତି ଯେ ହେଲିକପ୍ଟରଟି ହୋଟେଲ ଛାତରେ ଖସିଯିବା ପରେ ହୋଟେଲରେ ଥିବା ଶହ ଶହ ଅତିଥିଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସୋମବାର ଦିନ ପ୍ରାୟ ୨ଟା ସମୟରେ କେର୍ନସର ହିଲଟନର ଡବଲ ଟ୍ରି ହୋଟେଲରେ ଦୁର୍ଘଟଣାସ୍ଥଳକୁ ଜରୁରୀକାଳୀନ କର୍ମଚାରୀଙ୍କୁ ଡକାଯାଇଥିଲା। କୁଇନ୍ସଲ୍ୟାଣ୍ଡ ଷ୍ଟେଟ ପୋଲିସ ଏକ ବିବୃତ୍ତିରେ କହିଛି ଯେ ସତର୍କତାମୂଳକ ଭାବରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ଭୂମିରେ କେହି ଆହତ ହୋଇନାହାଁନ୍ତି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post