ଲେବାନନ୍ର ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ରକେଟ୍ ଆକ୍ରମଣରେ ଇସ୍ରାଏଲ ଅଧିକୃତ ଗୋଲାନ୍ ହାଇଟ୍ସର ଏକ ଖେଳପଡ଼ିଆରେ ଖେଳୁଥିବା ୧୨ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣର ଜବାବ ଦେବାକୁ ଇସ୍ରାଏଲ୍ ଅଭିଯାନ ଆରମ୍ଭ କରିଛି। ଆଜି ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)ର ପ୍ରତିଆକ୍ରମଣରେ ଲେବାନନ୍ରେ ହେଜବୁଲ୍ଲାର ଏକାଧିକ ଆଡ଼ା ଧ୍ବସ୍ତ ହୋଇଛି। ଗତକାଲି ଇସ୍ରାଏଲ ଅଧିକୃତ ଅଞ୍ଚଳରେ ରକେଟ୍ ମାଡ଼ ଓ ଶିଶୁଙ୍କ ମୃତ୍ୟୁ ଘଟଣାରେ ଇସ୍ରାଏଲ ହେଜବୁଲ୍ଲା ସଂଗଠନକୁ ଦାୟୀ କରିଛି। ତେବେ ଏହି ଅଭିଯୋଗକୁ ହେଜବୁଲ୍ଲା ଖଣ୍ଡନ କରିଛି।ଆଜି ସକାଳେ ଆଇଡିଏଫ୍ ଏକ ପ୍ରେସ୍ ବିବୃତ୍ତିରେ କହିଛି ଯେ ଲେବାନନ୍ ସୀମା ମଧ୍ୟରେ ଇସ୍ରାଏଲ ଯୁଦ୍ଧବିମାନ ପ୍ରବେଶ କରି ୭ଟି ହେଜବୁଲ୍ଲା ଆଡ଼ା ଉପରେ ଆକ୍ରମଣ କରିଛି। ତେବେ ଏହି ଆକ୍ରମଣ ଦ୍ବାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଲେବାନନ୍ କିମ୍ବା ହେଜବୁଲ୍ଳା ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ୨୦୨୩ ଅକ୍ଟୋବର ୭ ତରିଖରୁ ଚାଲିଥିବା ଇସ୍ରାଏଲ୍-ଗାଜା ଯୁଦ୍ଧରେ ଗତକାଲିର ହେଜବୁଲ୍ଳା ଆକ୍ରମଣରେ ୧୨ଶିଶୁଙ୍କ ମୃତ୍ୟୁ ଇସ୍ରାଏଲ୍ର ପ୍ରଥମ ବଡ଼ଧରଣର କ୍ଷତି ଅଟେ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post