ହମାସ ମୁଖ୍ୟଙ୍କ ୩ ପୁଅଙ୍କ ମୃତ୍ୟୁ
ଇସ୍ରାଏଲ-ହମାସ ମଧ୍ୟରେ ପୁଣି ସଂଘର୍ଷ ତେଜିଲା। ଆକ୍ରମଣରେ ଆତଙ୍କୀ ସଂଗଠନ ହମାସ ମୁଖ୍ୟ ଇସମାଇଲ୍ ହାନିୟେଙ୍କ ୩ ପୁଅଙ୍କ ମୃତ୍ଯୁ ଘଟିଛି। ଇସ୍ରାଏଲ ସେନା ଆକ୍ରମଣରେ ନିହତ ହୋଇନ୍ତି ହମାସ ମୁଖ୍ୟ ହାନିୟେଙ୍କ ୩ ପୁଅ। ଜେରୁଜେଲମର ଅଲ ଆକସା ମସଜିଦ ଯିବା ବାଟରେ ତାଙ୍କ କାର ଉପରେ ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ ସେନା। ଏଥିରେ ହାନିୟେଙ୍କ ୩ ପୁଅ ହାଜେମ, ଆମିର ଏବଂ ମହମ୍ମଦଙ୍କ ମୃତ୍ଯୁ ଘଟିଛି। ଏହାସହ ହାନିୟେଙ୍କ ୨ ନାତିଙ୍କର ମଧ୍ୟ ମୃତ୍ଯୁ ହୋଇଛି। ଅନ୍ୟ ଜଣେ ନାତି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ହମାସ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି।ସେପଟେ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ଯରେ ଇସ୍ରାଏଲ ଯିବେ ଭାରତର ୬ହଜାରରୁ ଅଧିକ ନିର୍ମାଣ ଶ୍ରମିକ। ବ୍ୟାପକ ଶ୍ରମିକ ଅଭାବ ଦୃଷ୍ଟିରୁ ଭାରତୀୟ ଶ୍ରମିକଙ୍କ ଉପରେ ଭରସା ରଖିଛି ଇସ୍ରାଏଲ।