ଋଷ-ୟୁକ୍ରେନ ଯୁଦ୍ଧର ଅବସାନ ଲାଗି ସୁଇଜରଲ୍ଯାଣ୍ଡ ପକ୍ଷରୁ କରାଯାଇଥିବା ଶାନ୍ତି ସମ୍ମିଳନୀରେ ଅନିଶ୍ଚିତତା । ଏହି ମିଳିତ ଘୋଷଣାନାମାରେ ସ୍ବାକ୍ଷର ଲାଗି ଅଗ୍ରାହ୍ୟ ପ୍ରକାଶ କରିଛନ୍ତିି ଭାରତ ଓ ଅନ୍ଯ ୬ ରାଷ୍ଟ୍ର । ଶାନ୍ତି ପ୍ରତିଷ୍ଠା ଲାଗି ସମସ୍ତ ଅଂଶୀଦାର ଏଥିରେ ସାମିଲ ହୁଅନ୍ତୁ ବୋଲି କୁହାଯାଇଛି । ସୁଇଜରଲ୍ଯାଣ୍ଡର ବୁର୍ଗନେଷ୍ଟକରେ ଆୟୋଜିତ ସମ୍ମିଳନୀରେ ୮୦ରୁ ଅଧିକ ରାଷ୍ଟ୍ର ଯୋଗଦେଇଥିବାବେଳେ ଅନ୍ଯ ବହୁ ରାଷ୍ଟ୍ର ଏଥିରେ ସାମିଲ ହୋଇନାହାନ୍ତି ।ଭାରତ ପକ୍ଷରୁ ଏହି ସମ୍ମିଳନୀରେ ସାମିଲ ହୋଇଥିଲେ ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ସଚିବ ପବନ କପୁର । ସେ କହିଛନ୍ତି- ସମସ୍ତ ଅଂଶୀଦାର ଯଦି ଏହି ଉଦ୍ଯମରେ ସାମିଲ ହେବେ ନାହିଁ ତେବେ ଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ । ଏହି ସମ୍ମିଳନୀରେ ସମସ୍ତ ପକ୍ଷ ଉପସ୍ଥିତ ନରହିବାରୁ ମିଳିତ ଘୋଷଣାନାମାରେ ଭାରତ ସ୍ବାକ୍ଷର ପ୍ରଦାନ କରୁନାହିଁ । ୟୁକ୍ରେନର ସୀମାଗତ ସଂହତି ପ୍ରତିଷ୍ଠା ଜରୁରୀ ବୋଲି ୮୦ଟି ରାଷ୍ଟ୍ର ପକ୍ଷରୁ ଘୋଷଣାନାମା ଜାରି ହୋଇଥିଲା । ଏହି ପଦକ୍ଷେପକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସ୍ବାଗତ କରିଛନ୍ତି । ଏହି ରାଜିନାମାରେ ସାଉଦିଆରବ, ସାଉଥ ଆଫ୍ରିକା, ୟୁଏଇ, ବ୍ରାଜିଲ ପ୍ରଭୃତି ରାଷ୍ଟ୍ର ସ୍ବାକ୍ଷର କରିନାହାନ୍ତି ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post