ଋଷ-ୟୁକ୍ରେନ ଯୁଦ୍ଧର ଅବସାନ ଲାଗି ସୁଇଜରଲ୍ଯାଣ୍ଡ ପକ୍ଷରୁ କରାଯାଇଥିବା ଶାନ୍ତି ସମ୍ମିଳନୀରେ ଅନିଶ୍ଚିତତା । ଏହି ମିଳିତ ଘୋଷଣାନାମାରେ ସ୍ବାକ୍ଷର ଲାଗି ଅଗ୍ରାହ୍ୟ ପ୍ରକାଶ କରିଛନ୍ତିି ଭାରତ ଓ ଅନ୍ଯ ୬ ରାଷ୍ଟ୍ର । ଶାନ୍ତି ପ୍ରତିଷ୍ଠା ଲାଗି ସମସ୍ତ ଅଂଶୀଦାର ଏଥିରେ ସାମିଲ ହୁଅନ୍ତୁ ବୋଲି କୁହାଯାଇଛି । ସୁଇଜରଲ୍ଯାଣ୍ଡର ବୁର୍ଗନେଷ୍ଟକରେ ଆୟୋଜିତ ସମ୍ମିଳନୀରେ ୮୦ରୁ ଅଧିକ ରାଷ୍ଟ୍ର ଯୋଗଦେଇଥିବାବେଳେ ଅନ୍ଯ ବହୁ ରାଷ୍ଟ୍ର ଏଥିରେ ସାମିଲ ହୋଇନାହାନ୍ତି ।ଭାରତ ପକ୍ଷରୁ ଏହି ସମ୍ମିଳନୀରେ ସାମିଲ ହୋଇଥିଲେ ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ସଚିବ ପବନ କପୁର । ସେ କହିଛନ୍ତି- ସମସ୍ତ ଅଂଶୀଦାର ଯଦି ଏହି ଉଦ୍ଯମରେ ସାମିଲ ହେବେ ନାହିଁ ତେବେ ଶାନ୍ତି ପ୍ରତିଷ୍ଠା ସମ୍ଭବ ନୁହେଁ । ଏହି ସମ୍ମିଳନୀରେ ସମସ୍ତ ପକ୍ଷ ଉପସ୍ଥିତ ନରହିବାରୁ ମିଳିତ ଘୋଷଣାନାମାରେ ଭାରତ ସ୍ବାକ୍ଷର ପ୍ରଦାନ କରୁନାହିଁ । ୟୁକ୍ରେନର ସୀମାଗତ ସଂହତି ପ୍ରତିଷ୍ଠା ଜରୁରୀ ବୋଲି ୮୦ଟି ରାଷ୍ଟ୍ର ପକ୍ଷରୁ ଘୋଷଣାନାମା ଜାରି ହୋଇଥିଲା । ଏହି ପଦକ୍ଷେପକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସ୍ବାଗତ କରିଛନ୍ତି । ଏହି ରାଜିନାମାରେ ସାଉଦିଆରବ, ସାଉଥ ଆଫ୍ରିକା, ୟୁଏଇ, ବ୍ରାଜିଲ ପ୍ରଭୃତି ରାଷ୍ଟ୍ର ସ୍ବାକ୍ଷର କରିନାହାନ୍ତି ।
Trending
- କାଳ ବୈଶାଖି ପରେ ରାଜ୍ୟରେ ଉପରମୁହାଁ ପାରଦ
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
Prev Post
Next Post