ଇସ୍ରାଏଲ ସୋମବାର ସିରିଆରେ ମିଶାଇଲ ମାଡ଼ କରିବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତର ପଶ୍ଚିମ ସିରିଆର ମସ୍ୟାଫ୍ ସହରର ଏକ ରିସର୍ଚ୍ଚ ସେଣ୍ଟରକୁ ଟାର୍ଗେଟ କରି ଇସ୍ରାଏଲ ମିଶାଇଲ ମାଡ଼ କରିଥିଲା। ସେହିପରି ବିଭିନ୍ନ ଆବାସିକ ସ୍ଥଳକୁ ଟାର୍ଗେଟ କରି ଇସ୍ରାଏଲ ମିଶାଇଲ ମାଡ଼ କରିଥିଲା। ଆକ୍ରମଣରେ କେନ୍ଦ୍ରୀୟ ସିରିଆର ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବାବେଳେ ହମା ପ୍ରଦେଶର ଏକ ରାଜପଥ କ୍ଷତିଗ୍ରସ୍ତ ହୋଇଛି। ଗାଜାରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସିରିଆ ଉପରେ ଇସ୍ରାଏଲର ଏହା ସବୁଠାରୁ ବଡ଼ ଆକ୍ରମଣ। ଇସ୍ରାଏଲ ନିୟମିତ ଭାବେ ସିରିଆରେ ଥିବା ଇରାନୀୟ ସାମରିକ ସ୍ଥାନ ଏବଂ ହେଜ୍ବୋଲ୍ଲା ସହ ଜଡ଼ିତ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଆସୁଛି।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Prev Post
Next Post