ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଆସିବେ ନାହିଁ ବୋଲି କହିବାରୁ ୨୦୨୪ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥି ହେବା ପାଇଁ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଏମ୍ମାନୁଏଲ୍‌ ମାକ୍ରନ୍‌ଙ୍କୁ ନିମନ୍ତ୍ରଣ କରାଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ନିବିଡ଼ ସମ୍ପର୍କ ରଖିଥିବା ଫରାସୀ ରାଷ୍ଟ୍ରପତି ଏମ୍ମାନୁଏଲ୍‌ ମାକ୍ରନ୍‌ ୨୦୨୪ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇପାରନ୍ତି ବୋଲି ଉପରୋକ୍ତ ସୂତ୍ର ସୂଚନା ଦେଇଛି।ଗତ କିଛି ବର୍ଷ ହେବ ଫ୍ରାନ୍‌ସ୍‌ ଓ ଭାରତ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଦୃଢ଼ ହୋଇଛି। ତେଣୁ, ସାଧାରଣତନ୍ତ୍ର ଦିବସ ପରେଡ୍‌କୁ ମାକ୍ରନ୍‌ଙ୍କୁ ନିମନ୍ତ୍ରଣ କରାଯିବା ହେଉଛି ନୂଆଦିଲ୍ଲୀ ଓ ପ୍ୟାରିସ୍‌ର ସମ୍ପର୍କକୁ ଆହୁରି ନିବିଡ଼ କରିବା।