ଶ୍ରୀଲଙ୍କା ଭୟଙ୍କର ହିଂସା: ୫ ମୃତ

ଶ୍ରୀଲଙ୍କା ଭୟଙ୍କର ହିଂସା: ୫ ମୃତ

ମେଟ୍ରୋ ଟିଭି ଓଡିଶା (୧୦.୫.୨୦୨୨)

ଶ୍ରୀଲଙ୍କାରେ ଅତ୍ୟନ୍ତ ଖରାପ ଅର୍ଥନୈତିକ ପରିସ୍ଥିତି ଯୋଗୁଁ ଭୟଙ୍କର ହିଂସା ଦେଖିବାକୁ ମିଳିଛି । ସୋମବାର ଦିନ ବିରୋଧୀଙ୍କ ଚାପରେ ଆସି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସ ଇସ୍ତଫା ଦେଇଛନ୍ତି । ଏହା ପରେ ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି । ରାଜପାକ୍ସଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ରକ୍ତର ସଂଘର୍ଷ ଦେଖିବାକୁ ମିଳୁଛି । ସରକାରଙ୍କ ସମର୍ଥକ ଓ ବିରୋଧୀଙ୍କ ହିସାରେ ସାଂସଦ ସମେତ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ହୋଇଛି ।

ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସ ଓ ତାଙ୍କ ପରିବାରକୁ ସମର୍ଥନ କରୁଛି ପୋଲିସ । ଏହା ପରେ ଅବସ୍ଥା ଆହୁରି ଖରାପ ହୋଇଛି, ଯାହାଫଳରେ ସେନାକୁ ବି ଡାକିବାକୁ ପଡିଛି । ସାଧାରଣ ଲୋକମାନେ ଶାସନରେ ଥିବା ସାଂସଦ ଓ ମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ନେତାମାନଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ।

ଭିଡ଼ରୁ ରକ୍ଷାପାଇବା ପାଇଁ ଜଣେ ସାଂସଦ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ୨ ସାଂସଦଙ୍କ ଘରେ ନିଆଁ ଲଗାଯାଇଛି । ସରକାରୀ ଦଳର ସାଂସଦ ଅତୁକୋରାଲା ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି । ଦିନକ ଭିତରେ ସାଂସଦ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଉର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି ।