ଶୀତକାଳୀନ ଅଲିମ୍ପିକ୍ସ ଉଦ୍ଯାପିତ
ମେଟ୍ରୋ ଟିଭି ଓଡିଶା (୨୧ .୨.୨୦୨୨) :
ଗତକାଲି କୃତିମ ବରଫରେ ଦ ବାଡର୍ସ ନେଷ୍ଟ ଷ୍ଟାଡ଼ିୟମରେ ଚାଲିଥିବା ଶୀତକାଳୀନ ଅଲିମ୍ପିକ୍ସ ଉଦ୍ଯାପିତ ହୋଇଯାଇଛି। ଫେବୃଆରୀ ୪ରୁ ଚାଲିଥିବା ଉକ୍ତ ପ୍ରତିଯୋଗିତାରେ ନରୱେ ୧୬ଟି ସ୍ଵର୍ଣ୍ଣ, ୮ଟି ରୌପ୍ୟ ଓ ୧୩ଟି କାଂସ୍ୟ ସହ ମୋଟ ୩୭ ପଦକ ପାଇ ଶୀର୍ଷ ସ୍ଥାନ ହାସଲ କରିଥିବା ବେଳେ ଜର୍ମାନୀ ୧୨ଟି ସ୍ଵର୍ଣ୍ଣ, ୧୦ଟି ରୌପ୍ୟ ଓ ୫ଟି କାଂସ୍ୟ ସହ ୨୭ ପଦକ ପାଇ ଦ୍ୱିତୀୟ, ଆୟୋଜକ ଚୀନ୍ ୯ଟି ସ୍ଵର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି କାଂସ୍ୟ ସହ ୧୫ଟି ପଦକ ପାଇ ତୃତୀୟ, ଆମେରିକା ୮ଟି ସ୍ଵର୍ଣ୍ଣ, ୧୦ଟି ରୌପ୍ୟ ଓ ୭ଟି କାଂସ୍ୟ ସହ ୨୫ ପଦକ ପାଇ ୪ର୍ଥ, ସ୍ୱିଡ଼େନ ୮ଟି ସ୍ଵର୍ଣ୍ଣ, ୫ଟି ରୌପ୍ୟ ଓ ୫ଟି କାଂସ୍ୟ ସହ ୧୮ ପଦକ ପାଇ ୫ମ ସ୍ଥାନ ହାସଲ କରିଛି।

ରବିବାର ୨୦୦୮ ବେଜିଂ ଅଲିମ୍ପିକ୍ସ ଷ୍ଟାଡ଼ିୟମରେ ଆୟୋଜିତ ରଙ୍ଗାରଙ୍ଗ ଉଦ୍ଯାପନୀ ଉତ୍ସବରେ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗ ପ୍ରତିଯୋଗିତା ଉଦ୍ଯାପିତ ନେଇ ଘୋଷଣା କରିଥିଲେ। ୨୦୨୬ ଶୀତକାଳନୀ ଅଲିମ୍ପିକ୍ସ ଇଟାଲୀର ମିଲାନ ଆଣ୍ଡ କୋଟ୍ରିନା ଅଫ ଆମ୍ପେଜୋ ଷ୍ଟାଡ଼ିୟମରେ ଆୟୋଜିତ ହେବା ନେଇ ଅନ୍ତଜାତୀୟ ଅଲିମ୍ପିକ୍ସ କମିଟି ସଭାପତି ଥୋମାସ ବାକ୍ ଘୋଷଣା କରିଥିଲେ।