ରୁଷର ୟୁକ୍ରେନ ଉପରେ ଆକ୍ରମଣ, ଭାରତର ପାକିସ୍ତାନ ଉପରେ କେବେ!

ରୁଷର ୟୁକ୍ରେନ ଉପରେ ଆକ୍ରମଣ, ଭାରତର ପାକିସ୍ତାନ ଉପରେ କେବେ!

ମେଟ୍ରୋଟିଭିଓଡିଶା(୨୪.୪.୨୦୨୨)

ଗତ ୨୦୧୯ ମସିହା ଅଗଷ୍ଟ ୬ ତାରିଖରେ ଭାରତ ସରକାର ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଠାଇ ସମଗ୍ର ଦେଶବାସୀଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ତେବେ ଅନୁରୂପ ଭାବେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ଫେରାଇ ଆଣିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବର୍ତ୍ତମାନ ବିଶ୍ୱର ରାଜନୈତିକ ପରିସ୍ଥିତି ବଦଳିବାରେ ଲାଗିଥିବା ବେଳେ ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଓ ରୁଷିଆ ଭାରତକୁ ନିଜ ସପକ୍ଷକୁ ନେବାକୁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିଦେଇଛନ୍ତି ।

ଅନ୍ୟପଟେ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଲଗାତାର କଥାବାର୍ତ୍ତା କରୁଛନ୍ତି । ପାକିସ୍ତାନ ପିଓକେକୁ ନେଇ କୌଣସି ବୟାନ ଦେବାକୁ ମନା କରିଦେଇଥିବା ବେଳେ ଭାରତ ସରକାର ଏହାକୁ ଗମ୍ଭୀରତାର ସହ ବିଚାର କରୁଥିବା ଜଣାପଡ଼ିଛି ।

ଆସନ୍ତା ମେ ମାସରେ ପିଓକେରେ ମୋଦୀଙ୍କ ନେତୃତ୍ୱରେ ଏକ ମେଗା ରାଲି ହେବାକୁ ଯାଉଛି । ଆସନ୍ତା ୨୦୨୪ ନିର୍ବାଚନରେ ପିଓକେ ବିଜେପିର ମୁଖ୍ୟ ମୁଦ୍ଦା ରହିବ ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ପଟେ ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ରୁଷ ଭାରତର ସପୋର୍ଟ ଚାହୁଁଛି । ଅନ୍ୟପଟେ ପାକିସ୍ତାନରେ ନିକଟରେ ନୂଆ ସରକାର ଗଠନ ହୋଇଥିବା ବେଳେ ଏହା ଭାରତ ପାଇଁ ପିଓକେ ହାସଲ କରିବା ଏକ ସୁଯୋଗ ବୋଲି କୁହାଯାଇପାରେ । ସେହିପରି ୨୦୨୪ ପୂର୍ବରୁ ପିଓକେ ଭାରତ ଅଧୀନକୁ ଆସିବ ବୋଲି ଗତ ଜାନୁଆରୀ ମାସରେ କେନ୍ଦ୍ରମନ୍ତ୍ରୀ କପିଲ ପାଟିଲ ବୟାନ ଦେଇଥିଲେ । ପିଓକେ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ ଏହାକୁ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରୟାସ ଜାରି ରଖିଥିବା ସେ କହିଥିଲେ ।