ଇସ୍ରାଏଲ୍ ଉପରେ ହମାସ୍ ଆକ୍ରମଣ ପରେ ଆମେରିକା ପୂର୍ବ ଭୂମଧ୍ୟସାଗର ଅଞ୍ଚଳକୁ ବିମାନବାହୀ ଯୁଦ୍ଧଜାହାଜ ସାଙ୍ଗକୁ ଜାହାଜ ଓ ଜେଟ୍ ପଠାଇଛି। ଏଥିସହିତ ଇସ୍ରାଏଲ୍କୁ ଅଧିକ ଯୁଦ୍ଧ ଉପକରଣ ଓ ଗୁଳିଗୋଳା ଯୋଗାଇଦେବ ବୋଲି ଆମେରିକା କହିଛି। ହମାସ୍ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ କେତେଜଣ ଆମେରିକା ନାଗରିକ ରହିଥିବା ଏହାର ଜାତୀୟ ସୁରକ୍ଷା ମୁଖପାତ୍ର କହିଛନ୍ତି। ଭୂମଧ୍ୟ ସାଗରୀୟ ଅଞ୍ଚଳକୁ ୟୁଏସ୍ଏସ୍ ଗେରାଲ୍ଡ ଆର୍. ଫୋର୍ଡ ବିମାନବାହୀ ଯୁଦ୍ଧଜାହାଜ ସାଙ୍ଗକୁ ଏକ ମିଶାଇଲ୍ କ୍ରୁଇଜର ଏବଂ ୪ଟି ମିଶାଇଲ୍ ଡେଷ୍ଟ୍ରୟର ପଠାଯାଇଥିବା ଆମେରିକା ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ୍ କହିଛନ୍ତି। ଇସ୍ରାଏଲର ଶତ୍ରୁମାନେ ଯେପରି ବର୍ତ୍ତମାନର ସ୍ଥିତିରୁ ଫାଇଦା ଉଠାଇ ନ ପାରିବେ, ସେ ଦିଗରେ ଆମେରିକା କାର୍ଯ୍ୟ କରୁଥିବା ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ବିଶେଷ କରି ଲେବାନନ୍ର ଶକ୍ତିଶାଳୀ ହେଜବୋଲ୍ଲା ଯେପରି ଆକ୍ରମଣରେ ସାମିଲ ନ ହୁଏ, ତାହାକୁ ରୋକିବା ପାଇଁ ଆମେରିକା ଆଗ୍ରହ ପ୍ରକାଶ କରିଛି। ଅନ୍ୟପକ୍ଷେ ହମାସ ଆକ୍ରମଣକୁ ଇରାନ ସମର୍ଥନ କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା ଜଣାପଡ଼ିଛି।
Trending
- ଭାରତୀୟ ଡାକର ଡିଜିଟାଲ୍ ପରିବର୍ତ୍ତନ
- ଏମ୍ଏସ୍ ସ୍ୱାମୀନାଥନ ଶତବାର୍ଷିକୀ ଅର୍ନ୍ତଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
- ପୁଣି ଜଳିଗଲେ ଛାତ୍ରୀ: ପ୍ରେମିକ କରୁଥିଲା ବ୍ଲାକ୍ ମେଲ୍
- ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନରେ ୪ ମୃତ, 50 ନିଖୋଜ
- ଆଜି ଏନଡ଼ିଏ ସଂସଦୀୟ ଦଳ ବୈଠକ
- ବଳଙ୍ଗା ପୀଡ଼ିତାଙ୍କର ଅନ୍ତିମ ସଂସ୍କାର
- ଏଫଏମ ଛାତ୍ରୀ ଆତ୍ମଦାହ ମାମଲା, ବନ୍ଧା ହେଲେ ଦୁଇ ଛାତ୍ର
- ପାକକୁ ମୋଦୀଙ୍କ ବ୍ରହ୍ମୋସ୍ ଚେତାବନୀ , ୟୁପିରେ ନିର୍ମାଣ ହେଉଛି କ୍ଷେପଣାସ୍ତ୍ର
- ଆଖି ବୁଜିଲେ ବଳଙ୍ଗା ପୀଡ଼ିତା,ଆଜି ଓଡ଼ିଶା ଆସିବ ମରଶରୀର
- ପୁଷ୍କରା’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
Prev Post
Next Post