ନ୍ୟୁ ଜର୍ସିର ରୋବିନ୍ସଭିଲେ ସହରରେ ଖୁବ ଶୀଘ୍ର ଅକ୍ଷରଧାମ ମନ୍ଦିର ଖୋଲିବାକୁ ଯାଉଛି। ଏହାର ନିର୍ମାଣ ଶେଷ ହୋଇଛି। ଅକ୍ଟୋବର ୮ରେ ଏହି ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସମସ୍ତେ ଉତ୍ସାହିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହାକୁ ନେଇ ସଭିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁ ଜର୍ସିରେ ଅକ୍ଷରଧାମ ମନ୍ଦିରର ଉଦଘାଟନୀ ସମାରୋହରେ ଖୁସି ବ୍ୟକ୍ତ କରିଛନ୍ତି। ସେ ରବିନ୍ସଭିଲ୍ଲାର ବିଏପିଏସ ସ୍ବାମୀନାରାୟଣ ଅକ୍ଷରଧାମକୁୁ ଲେଖିଥିବା ଏକ ପତ୍ରରେ କହିଛନ୍ତି, ‘ଅକ୍ଷରଧାମ ମହାମନ୍ଦିର ଉଦଘାଟନୀ ସମାରୋହ ବିଷୟରେ ଜାଣି ମୁଁ ଖୁସି। ଏହା ସମଗ୍ର ବିଶ୍ୱରେ ବହୁ ସଂଖ୍ୟାରେ ଭକ୍ତଙ୍କ ପାଇଁ ଗଭୀର ଆଧ୍ୟାତ୍ମିକ ମହତ୍ତ୍ୱ ରଖେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ମଧ୍ୟ ଚିଠିରେ କହିଛନ୍ତି ଯେ ମନ୍ଦିର ଶତାବ୍ଦୀ ଧରି ସେବା ତଥା ସାମାଜିକ-ସାଂସ୍କୃତିକ କାର୍ଯ୍ୟକଳାପର କେନ୍ଦ୍ର ହୋଇଆସୁଛି। ଏହା କେବଳ ଭକ୍ତିର କେନ୍ଦ୍ର ନୁହଁନ୍ତି ବରଂ କଳା, ସ୍ଥାପତ୍ୟ ଉତ୍କର୍ଷ, ସାହିତ୍ୟ ଏବଂ ଜ୍ଞାନର ଅଭିବ୍ୟକ୍ତି ପାଇଁ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରନ୍ତି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post