ନ୍ୟୁ ଜର୍ସିର ରୋବିନ୍ସଭିଲେ ସହରରେ ଖୁବ ଶୀଘ୍ର ଅକ୍ଷରଧାମ ମନ୍ଦିର ଖୋଲିବାକୁ ଯାଉଛି। ଏହାର ନିର୍ମାଣ ଶେଷ ହୋଇଛି। ଅକ୍ଟୋବର ୮ରେ ଏହି ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସମସ୍ତେ ଉତ୍ସାହିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହାକୁ ନେଇ ସଭିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁ ଜର୍ସିରେ ଅକ୍ଷରଧାମ ମନ୍ଦିରର ଉଦଘାଟନୀ ସମାରୋହରେ ଖୁସି ବ୍ୟକ୍ତ କରିଛନ୍ତି। ସେ ରବିନ୍ସଭିଲ୍ଲାର ବିଏପିଏସ ସ୍ବାମୀନାରାୟଣ ଅକ୍ଷରଧାମକୁୁ ଲେଖିଥିବା ଏକ ପତ୍ରରେ କହିଛନ୍ତି, ‘ଅକ୍ଷରଧାମ ମହାମନ୍ଦିର ଉଦଘାଟନୀ ସମାରୋହ ବିଷୟରେ ଜାଣି ମୁଁ ଖୁସି। ଏହା ସମଗ୍ର ବିଶ୍ୱରେ ବହୁ ସଂଖ୍ୟାରେ ଭକ୍ତଙ୍କ ପାଇଁ ଗଭୀର ଆଧ୍ୟାତ୍ମିକ ମହତ୍ତ୍ୱ ରଖେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ମଧ୍ୟ ଚିଠିରେ କହିଛନ୍ତି ଯେ ମନ୍ଦିର ଶତାବ୍ଦୀ ଧରି ସେବା ତଥା ସାମାଜିକ-ସାଂସ୍କୃତିକ କାର୍ଯ୍ୟକଳାପର କେନ୍ଦ୍ର ହୋଇଆସୁଛି। ଏହା କେବଳ ଭକ୍ତିର କେନ୍ଦ୍ର ନୁହଁନ୍ତି ବରଂ କଳା, ସ୍ଥାପତ୍ୟ ଉତ୍କର୍ଷ, ସାହିତ୍ୟ ଏବଂ ଜ୍ଞାନର ଅଭିବ୍ୟକ୍ତି ପାଇଁ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରନ୍ତି।
Trending
- ବନ୍ୟଜନ୍ତୁ ଆକ୍ରମଣ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି
- ଲାଞ୍ଚ ନେଇ ଜେଲ ଗଲେ ଉପଜିଲ୍ଲାପାଳ
- କେରଳ ଉପକୂଳରେ ସିଙ୍ଗାପୁରର କଣ୍ଟେନର ଜାହାଜ ରେ ବିସ୍ଫୋରଣ
- ଦେଶର ଦ୍ବିତୀୟ ସର୍ବବୃହତ ଭାୟାଡକ୍ଟ ସେତୁ ଓଡ଼ିଶାରେ ନିର୍ମାଣ ,୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସେତୁ ନିର୍ମାଣ କାର୍ଯ୍ୟ ଶେଷ
- ହନିମୁନକୁ ନେଇ ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ ସୋନମ୍
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
Prev Post
Next Post