ମେଟ୍ରୋ ଓଡିଶା (୯ .୩ . ୨୦୨୨):
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୟୁକ୍ରେନ୍ ରେ ଫସିରହିଥିବା ବାଂଲାଦେଶର ନାଗରିକ ‘ଅପରେସନ ଗଙ୍ଗା’ ମାଧ୍ୟମରେ ନିଜ ଦେଶକୁ ଫେରି ପାରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ରୁଷ – ୟୁକ୍ରେନ୍ ଯୁଦ୍ଧ ଭିତରେ ପଶିରହିଥିବା ଭାରତୀୟଙ୍କ ସ୍ଵଦେଶ ଆଣିବା ପାଇଁ ‘ଅପରେସନ ଗଙ୍ଗା’ ଆରମ୍ଭ ହୋଇଥିଲା ।

ସ୍ଵତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ୟୁକ୍ରେନ୍ ପଡୋଶୀ ରାଷ୍ଟ୍ରଗୁଡିକରୁ ଉଦ୍ଧାର କରାଯାଉଛି । ତେବେ ଭାରତୀୟଙ୍କ ସମେତ ୟୁକ୍ରେନ୍ରେ ଫସିଥିବା ଅନ୍ୟ ଦେଶର ଛାତ୍ରଛାତ୍ରୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ୟୁକ୍ରେନରେ ଫସିଥିବା ପାକିସ୍ତାନ, ନେପାଳ ଏବଂ ଟୁନିସିଆ ସମେତ ଅନ୍ୟ ଦେଶର ଛାତ୍ରଛାତ୍ରୀ ମଧ୍ୟ ନିଜ ଦେଶକୁ ଫେରି ପାରିଛନ୍ତି ।