ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ପାକିସ୍ତାନ ଛାତ୍ରୀ

pakistani-woman-thanked-pm-modi-for-being-expelled-from-ukraine

ମେଟ୍ରୋ ଓଡିଶା (୯ .୩ . ୨୦୨୨):

ଆଜିକୁ ୧୪ ଦିନ ହେବ ୟୁକ୍ରେନ ଓ ରୁଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିରହିଛି । ୧୪ ଦିନ ପରେ ବି ୟୁକ୍ରେନ ଉପାରେ ରୁଷର ଆକ୍ରମଣ କମ୍ ହୋଇନି । ରାଜଧାନୀ କିଭ ସମେତ ଅନେକ ସହର ଧ୍ୱଂସ ହେବାରେ ଲାଗିଛି । ଯୁକ୍ରେନ ଉପରେ ଆକ୍ରମଣକୁ ଦୃଷ୍ଟି ରଖି ସମସ୍ତ ଦେଶ ନିଜ ନିଜର ନାଗରିକମାନଙ୍କୁ ସେଠାରୁ ସୁରକ୍ଷିତରେ ବାହାର କରିବାକୁ ଲାଗିପଡିଛନ୍ତି । ଭାରତ ବି ଅପରେସନ ଗଙ୍ଗା ଅଧିନରେ ବର୍ତ୍ତମାନ ସୁଦ୍ଧା ହଜାର ହଜାର ଲୋକଙ୍କୁ ୟୁକ୍ରେନରୁ ସୁରକ୍ଷିତ ଭାବେ ବାହାର କରିଛି ।

ଏହା ମଧ୍ୟରେ ଆସମା ଶାଫିକ୍ ନାମକ ଜଣକ ପାକିସ୍ତାନୀ ଛାତ୍ରୀ ଭିଡିଓ ସେୟାର କରି କହିଛନ୍ତି କି ମୁଁ ପାକିସ୍ତାନର ଅଟେ । ମୁଁ କିଭରେ ଥିବା ଭାରତୀୟ ଦୂତବାସଙ୍କୁ ଧନ୍ୟବାଦ ଜଣାଇଛନ୍ତି କାହିଁକି ନା ଭାରତୀୟ ଦୂତବାସ କଠିନ ପରିସ୍ଥିତିରେ ତାଙ୍କୁ ସାହାଯ୍ୟ କରିଥିଲେ । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି ବୋଲି ଭିଡିଓରେ କହିଛନ୍ତି ଆସମା ଶାଫିକ୍ । ଭାରତୀୟ ଦୂତବାସ ପାଇଁ ଆମେ ସୁରକ୍ଷିତ ଭାବରେ ଘରକୁ ଫେରିପାରୁଛୁ ବୋଲି ସେ କହିଛନ୍ତି । ସୂଚନା ଅନୁସାରେ ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ୟୁକ୍ରେନ ଉପରେ ଋଷର ଆକ୍ରମଣ ଫଳରେ ସେଠାରେ ହଜାର ହଜାର ସଂଖ୍ୟାରେ ବହୁ ଦେଶର ଛାତ୍ରଛାତ୍ରୀ ଫସି ରହିଥିଲେ । ଭାରତର ମଧ୍ୟ ୨୦ ହଜାରରୁ ଅଧିକ ଛାତ୍ର ଛାତ୍ରୀ ୟୁକ୍ରେନରେ ଫସି ରହିଥିଲେ । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ’ଅପରେସନ ଗଙ୍ଗା’ ମାଧ୍ୟମରେ ସେଠାରୁ ଉଦ୍ଧାର କରଯାଇଥିଲା । କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ୧୭ ହଜାରରୁ ଅଧିକ ଭାରତୀୟ ନାଗରିକଙ୍କୁ ୟୁକ୍ରେନରୁ ଆଣାଯାଇସାରିଛି । ସେହିପରି ୟୁକ୍ରେନର ସୁମିରେ ଫସିଥିବା ୭୦୦ ଭାରତୀୟଙ୍କୁ ହ୍ୟୁମାନ କରିଡର କରି ମଙ୍ଗଳବାର ସହରର ବାହାର କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।