ମେ’ରେ ଜିଏସ୍‌ଟି ଆଦାୟ ୧, ୪୦, ୮୮୫ କୋଟି

ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨)

ଦେଶରେ ଜିଏସ୍‌ଟି ରାଜସ୍ୱ ଆଦାୟ ପରିମାଣ ବୃଦ୍ଧି ପାଇଛି । ଗତ ମେ’ ମାସରେ ମୋଟ ଜିଏସ୍‌ଟି ରାଜସ୍ୱ ଆଦାୟ ପରିମାଣ ୧, ୪୦, ୮୮୫ କୋଟି ଟଙ୍କା ହୋଇଛି । ସେଥିରୁ ସିଜିଏସ୍‌ଟି ୨୫, ୦୩୬ କୋଟି ଟଙ୍କା ହୋଇଥିବାବେଳେ ଏସଜିଏସ୍‌ଟି ୩୨, ୦୦୧ କୋଟି ଓ ଆଇଜିଏସ୍‌ଟି ୭୩,୩୪୫କୋଟି ଟଙ୍କା (୩୭,୪୬୯କୋଟି ଟଙ୍କା ଜିନିଷପତ୍ର ଆମଦାନୀ ବାବଦ) ଓ ସେସ୍ ୧୦, ୫୦୨ କୋଟି (ସେଥିରୁ ୯୩୧କୋଟି ସାମଗ୍ରୀ ଆମଦାନୀ) ବାବଦକୁ ଆସିଛି । ସରକାର ଆଇଜିଏସ୍‌ଟିରୁ ୨୭, ୯୨୪ କୋଟି ଟଙ୍କା ସିଜିଏସ୍‌ଟି ଓ ୨୩, ୧୨୩ କୋଟି ଟଙ୍କା ଏସଜିଏସ୍‌ଟି ବାବଦକୁ ଦେଇଛନ୍ତି ।

Gst

କେନ୍ଦ୍ର ଓ ରାଜ୍ୟର ମୋଟ ରାଜସ୍ୱ ମେ ୨୦୨୨ ନିୟମିତ ଧାର୍ଯ୍ୟ ଆବଣ୍ଟନ ପରେ ସିଜିଏସ୍‌ଟି ପାଇଁ ୫୨,୯୬୦ କୋଟି ଓ ଏଜସିଏସ୍‌ଟି ବାବଦକୁ ୫୫, ୧୨୪କୋଟି ଟଙ୍କା ହୋଇଛି । ଏହା ବ୍ୟତୀତ କେନ୍ଦ୍ର ୩୧.୫.୨୦୨୨ ସୁଦ୍ଧା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ବାବଦ ୮୬,୯୧୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ।ଗତ ବର୍ଷ ଏହି ମାସ ସୁଦ୍ଧା ଜିଏସ୍‌ଟି ରାଜସ୍ୱ ୯୭, ୮୨୧ କୋଟି ଟଙ୍କା ଥିବାବେଳେ ମେ’ ୨୦୨୨ରେ ଏହା ଶତକଡା ୪୪ଭାଗ ବୃଦ୍ଧି ପାଇଛି । ଏହି ମାସରେ ରାଜସ୍ୱ ଜିନିଷପତ୍ର ଆମଦାନୀ କ୍ଷେତ୍ରରେ ଶତକଡା ୪୩ଭାଗ ଘରୋଇ ନେଣଦେଣ ତୁଳନାରେ ଅଧିକ ହୋଇଛି (ରପ୍ତାନୀ ସେବାରୁ) ଶତକଡା ୪୪ ଭାଗ ଅଧିକ ଗତବର୍ଷ ଏହି ସମୟ ମଧ୍ୟରେ ହୋଇଛି । ଜିଏସ୍‌ଟି ପ୍ରବର୍ତ୍ତନ ହେବା ପରଠାରୁ ଚତୁର୍ଥ ଥର ପାଇଁ ମାସିକ ଜିଏସ୍‌ଟି ଆଦାୟ ୧. ୪୦ ଲକ୍ଷ କୋଟି ଅତିକ୍ରମ କରିଛି ଓ ଲଗାତାର ମାର୍ଚ୍ଚ ୨୦୨୨ ଠାରୁ ତୃତୀୟମାସ ଲାଗି ଏହା ହୋଇଛି । ମେ ମାସର ଆଦାୟ ଯାହା ଏପ୍ରିଲ ମାସ ରିଟର୍ଣ୍ଣରୁ ଆସିଥାଏ ଓ ଏହା ଆର୍ଥିକ ବର୍ଷର ପ୍ରଥମ ମାସ ହୋଇଥିବାରୁ ଏପ୍ରିଲରେ କମ୍ ଥାଏ ଓ ଏପ୍ରିଲ ମାର୍ଚ୍ଚ ଆର୍ଥିକ ବର୍ଷର ଶେଷ ମାସ ଦୃଷ୍ଟିରୁ ମାର୍ଚ୍ଚର ରିଟର୍ଣ୍ଣି ଉପରେ ନିର୍ଭରଶୀଳ। ମାତ୍ର ଖୁବ୍ ଉ୍‌ତ୍ସାହପ୍ରଦ ବିଷୟ ଏହି ଯେ ଏପରିକି ମେ ୨୦୨୨ ମଧ୍ୟ ରାଜସ୍ୱ ଆଦାୟ ୧. ୪୦ଲକ୍ଷ କୋଟି ଟଙ୍କା ଅତିକ୍ରମ କରିପାରିଛି ।