ମୁନୀରଙ୍କ ପରମାଣୁ ଧମକ

ଯଦି ଭାରତ ସହ ଭବିଷ୍ୟତରେ ଯୁଦ୍ଧ ହୁଏ ଏବଂ ଏଥିରେ ପାକିସ୍ତାନର ଅସ୍ତିତ୍ୱ ଉପରେ ବିପଦ ଘେରି ରହେ ତ ପୂରା କ୍ଷେତ୍ରକୁ ପରମାଣୁ ଯୁଦ୍ଧରେ ଉଡାଇଦେବୁ। ଆମେରିକାର ଟାମ୍ପା ସହରରେ ବିଜନେସମ୍ୟାନ ଅଦନାନ ଅସଦଙ୍କ ଦ୍ୱାରା ଆୟୋଜିତ ଡିନରରେ ଯୋଗ ଦେଇ ମୁନିର କହିଛନ୍ତି ଆମେ ଏକ ପରମାଣୁ ସମ୍ପନ୍ନ ରାଷ୍ଟ୍ର ଯଦି ଆମକୁ ଲାଗୁଛି ଯେ ଆମେ ବି ବୁଡ଼ିବାକୁ ଯାଉଛୁ, ତ ଅଧା ଦୁନିଆକୁ ସାଥିରେ ନେଇ ବୁଡ଼ିବୁ । ଏହି ବୟାନ ଟାମ୍ପାରେ ଆୟୋଜିତ ଏକ ଔପଚାରିକ ଡିନରରେ ଦେଇଛନ୍ତି ମୁନିର । ଯେଉଁଠି କିଛି ପାକିସ୍ତାନୀ ଓ କିଛି ଆମେରିକୀୟ ଅଧିକାରୀ ଉପସ୍ଥିତ ଥିଲେ ।

ପାକିସ୍ତାନ ସେନା ମୁଖ୍ୟ ବା ଫିଲ୍ଡ ମାର୍ଶାଲ ଅସୀମ ମୁନିର ତାଙ୍କର ଆମେରିକା ଗସ୍ତ ସମୟରେ ପୁଣି ଥରେ ଏକ ସ୍ପଷ୍ଟ ଧମକ ଦେଇଛନ୍ତି । ତାଙ୍କର ପରମାଣୁ ଧମକ ପରେ ମୁନିର ସିନ୍ଧୁ ଜଳ ଚୁକ୍ତିନାମା ପ୍ରସଙ୍ଗ ମଧ୍ୟ ଉଠାଇ କହିଥିଲେ ଯେ ଭାରତ ଚୁକ୍ତିନାମାକୁ ସ୍ଥଗିତ ରଖିବାର ନିଷ୍ପତ୍ତି ଯୋଗୁଁ ୨୫୦ ନିୟୁତ ଲୋକ ବିପଦର ସମ୍ମୁଖୀନ ହେଉଛନ୍ତି । ସେ ଚେତାବନୀ ଦେଇଥିଲେ ଯେ ସେମାନେ ଅପେକ୍ଷା କରିଛନ୍ତି ଭାରତ କେତେବେଳେ ଏକ ନଦୀବନ୍ଧ ନିର୍ମାଣ କରିବ ଏବଂ ସେମାନେ ୧୦ଟି କ୍ଷେପଣାସ୍ତ୍ର ସାହାଯ୍ୟରେ ଏହାକୁ ଧ୍ୱଂସ କରିବେ।

Leave a comment