ମାକ୍ରନଙ୍କୁ ମୋଦୀଙ୍କ ଭବ୍ୟ ସ୍ୱାଗତ ଯୋଜନା
୭୫ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି ହେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସ୍ବାଗତ ପାଇଁ ଜୟପୁର ଓ ନୂଆଦିଲ୍ଲୀରେ ଭବ୍ୟ ଯୋଜନା କରିଛନ୍ତି। ଏହା ପୂର୍ବରୁ ଭାରତ ସରକାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମୁଖ୍ୟଅତିଥି ଭାବେ ନିମନ୍ତ୍ରଣ କରିଥିଲେ ମଧ୍ୟ ସେ ଜାନୁଆରିରେ ନୂଆଦିଲ୍ଲୀ ଗସ୍ତ କରିବାକୁ ଅସମର୍ଥତା ପ୍ରକାଶ କରିଥିଲେ। ଗତବର୍ଷ ଜୁଲାଇରେ ପ୍ୟାରିସରେ ଆୟୋଜିତ ବାସ୍ତିଲ ଦିବସ (ଫ୍ରାନ୍ସ ଜାତୀୟ ଦିବସ) ପରେଡ୍ରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।