ମସ୍କୋ ଆକ୍ରମଣରେ ୩ ଜଣ ଦୋଷୀ ସାବ୍ୟସ୍ତ

ରୁଷ୍‌ ରାଜଧାନୀ ମସ୍କୋର ପ୍ରସିଦ୍ଧ କ୍ରୋକସ୍‌ ସିଟି ହଲ୍‌ରେ ଶନିବାର ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ଅନେକ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ମାମଲାରେ ଅଦାଲତରେ ‌ଏବେ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅଦାଲତ ସମସ୍ତଙ୍କୁ ମେ ୨୨ ତାରିଖ ପର୍ଯ୍ୟନ୍ତ ହେପାଜତରେ ନେଇଛନ୍ତି।ଏହି ୪ ଅଭିଯୁକ୍ତଙ୍କୁ ଶନିବାର ଗିରଫ କରାଯାଇଥିଲା। ଗିରଫ ହୋଇଥିବା ୪ ଅଭିଯୁକ୍ତ ହେଉଛନ୍ତି ଡାଲେରଜନ୍ ମିର୍ଜୋଏଭ୍ (୩୨), ସାୟଡକ୍ରାମି ରାଚାବାଲିଜୋଡା (୩୦),ମୁଖମ୍ମଦସୋବିର ଫୈଜଭ (୧୯) ଏବଂ ଶ୍ୟାମସିଡିନ ଫରିଦୁନି (୨୫)।ସଙ୍ଗୀତ ସମାରୋହ ପାଇଁ ପ୍ରସିଦ୍ଧି ଲାଭ କରିଥବା ଏହି ହଲ୍‌ରେ ଏଭଳି ହିଂସା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ନିକଟରେ ଏକ ସପିଂମଲ୍‌ ରହିଛି।