ଭୂମିକମ୍ପରେ ଥରିଲା ତାଇୱାନ

ଆଜି ସକାଳୁ ସକାଳୁ ତାଇୱାନର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ଝଟକା ରାଜଧାନୀ ତାଇପେ ସମେତ ଅନେକ ସହରରେ ଅନୁଭୂତ ହୋଇଥିଲା । ଲୋକମାନେ ଭୟରେ ଘରୁ ବାହାରି ଆସଥିଲେ । ତେବେ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ଼ କରାଯାଇଛି । ଏନେଇ ତାଇୱାନ, ଓକିନାୱା, ଜାପାନ ଏବଂ ଫିଲିପିନ୍ସରେରେ ସୁନାମୀ ଚେତାବନୀ ଜାରି କରାଯାଇଛି । ତେବେ ଏହି ଭୂମିକମ୍ପରେ ଅନେକ ଲୋକ ଫସି ରହିଥିବା ଜଣାପଡ଼ିଛି ।ତାଇୱାନର ରାଜଧାନୀ ତାଇପେରେ ଆଜି ସକାଳେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେଠିକାର ସମୟ ଅନୁସାରେ ସକାଳ ୯ଟାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଫଳରେ ଅନେକ ସହର ଭୂକମ୍ପ ଝଟକାରେ ଦୋହଲିବା ସହ କୋଠାଗୁଡ଼ିକ ଭୂଷୁଡ଼ି ପଡ଼ିଥିଲା ।