ଭିଏତ୍‌ନାମ ହେବ ବିଶ୍ବର ଉତ୍ପାଦନ ସ୍ଥଳ

ମେଟ୍ରୋ ଟିଭି ଓଡିଶା (୨୬.୬.୨୦୨୨)

: ସାରା ବିଶ୍ୱର କାରଖାନା ବା ଉତ୍ପାଦନ ସ୍ଥଳ ଭାବରେ ଚୀନର ସ୍ଥାନ ଭିଏତନାମ ନେବାକୁ ଯାଉଛି। ଚୀନର ଉତ୍ପାଦନ କେନ୍ଦ୍ରଗୁଡିକ କୋଭିଡ ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବା ଏବଂ ସେଠାରେ ତାଲାବନ୍ଦ ଭଳି କଟକଣା ଲାଗୁ କରାଯିବା ଦ୍ୱାରା ସାମଗ୍ରିକ ଭାବରେ କାରଖାନା ଉତ୍ପାଦନ ଓ ଯୋଗାଣ ପ୍ରକ୍ରିୟା ଗୁରୁତର ପ୍ରଭାବିତ ହୋଇଛି। ଏହି ପରିସ୍ଥିତିରେ ଭିଏତନାମ ଅନେକ ରାଷ୍ଟ୍ରର ଆବଶ୍ୟକତା ପୂରଣ ଦିଗରେ ପ୍ରୟାସ କରିବା ଏବଂ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ତାହାର ଅର୍ଥନୈତିକ ଅଭିବୃଦ୍ଧି ଏକ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଉଛି।

ଭିଏତନାମ ପରିସଂଖ୍ୟାନ କାର୍ଯ୍ୟାଳୟ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ପ୍ରଥମ ତିନିମାସରେ ସେ ଦେଶର ଅର୍ଥନୀତି ପୂର୍ବବର୍ଷ ସେହି ସମୟ ତୁଳନାରେ ୫.୦୩% ଅଭିବୃଦ୍ଧି ଘଟିଛି। ଏଥିସହିତ ଏହା ଚୀନର ସେହି ସମୟରେ ହୋଇଥିବା ଅଭିବୃଦ୍ଧି ହାର ୪.୮%କୁ ଟପିଯାଇଛି। ଏହି ସମୟରେ ଭିଏତନାମର ବୈଦେଶିକ ବାଣିଜ୍ୟ ମଧ୍ୟ ୧୭୬.୩୫ ବିଲିଅନ ଡଲାରକୁ ବୃଦ୍ଧିପାଇଛି, ଯାହା ଗତବର୍ଷର ପ୍ରଥମ ତିନିମାସ ତୁଳନାରେ ୧୪.୪% ଅଧିକ। ସାମ୍ପ୍ରତିକ ପରିସ୍ଥିତିରେ ବିଦେଶୀ ନିବେଶକ ଏବଂ ବିଦେଶୀ ମାଲିକାନାରେ ଥିବା ବ୍ୟବସାୟ ସଂସ୍ଥାଗୁଡିକ ଭିଏତନାମ ବଜାରରେ ଅଧିକରୁ ଅଧିକ ନିବେଶ କରିବାରେ ଲାଗିଛନ୍ତି