ଭାରତ କୁ ଚିନ୍ତାରେ ପକେଇଲା ଚୀନ

ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଚୀନରେ ବୃଦ୍ଧି ପାଉଥିବା ନିମୋନିଆ ଭଳି ମାମଲା ଭାରତରେ ମଧ୍ୟ ଚିନ୍ତା ବଢ଼ାଇ ଦେଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଜନସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲଗୁଡ଼ିକର ପ୍ରସ୍ତୁତି ପଦକ୍ଷେପକୁ ତୁରନ୍ତ ସମୀକ୍ଷା କରିବାକୁ ପରାମର୍ଶ ଦେଇଛି। ଏହାସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ‘କୋଭିଡ୍‌-୧୯’ ପ୍ରସଙ୍ଗରେ ସଂଶୋଧିତ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାକୁ କହିଛି। ଏଭଳି ସ୍ଥିତିରେ ଜିଲ୍ଲା ଓ ରାଜ୍ୟ ଅଧିକାରୀମାନେ ILI / SARI (ଇନ୍‌ଫ୍ଲୁଏଞ୍ଜା ଭଳି ରୋଗ/ ଭୟଙ୍କର ଶ୍ୱାସକ୍ରିୟା ସଂକ୍ରମଣ) ମାମଲା ଉପରେ କଡ଼ା ନଜର ରଖିବେ। କୁହାଯାଉଛି ଯେ ଇନ୍‌ଫ୍ଲୁଏଞ୍ଜା, ମାଇକୋପ୍ଲାଜମା ନିମୋନିଆ, SARS-CoV-2 ଭଳି କାରଣରୁ ଶ୍ୱାସ ସମ୍ବନ୍ଧୀୟ ରୋଗ ବୃଦ୍ଧି ପାଇଛି।