ଭାରତ-ଇଣ୍ଡିଜ ଦ୍ୱିତୀୟ ଟି୨୦ ଶୃଙ୍ଖଳା ବିଜୟ ଉପରେ ନଜର

# india vs westindins # 20 20 macha

ମେଟ୍ରୋ ଟିଭି ଓଡିଶା (୧୮.୨.୨୦୨୨) :

ଆଜି ଦିନିକିଆ ଦ୍ୱିତୀୟ ଟି୨୦ ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ଖେଳାଯିବ । ୩ଟିକିଆ ଟି ଟ୍ବେଣ୍ଟି ସିରିଜ୍‌ର ଦ୍ୱିତୀୟ ମୁକାବିଲା କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ । ଏହି ମ୍ୟାଚ୍‌କୁ ଜିତି ଭାରତ ସିରିଜ୍‌ କବ୍‌ଜା କରିବା ଲକ୍ଷ୍ୟରେ ଥିବାବେଳେ ବରାବର କରିବା ପାଇଁ ଓ୍ୱେଷ୍ଟ ଇଣ୍ଡିଜ ପ୍ରୟାସ କରିବ ।

ତେବେ ଦ୍ୱିତୀୟ ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ୍‌ରେ ଉଭୟ ଟିମ୍‌ର ପ୍ଲେଇଂ ଇଲେଭେନ୍‌କୁ ନେଇ ଚର୍ଚ୍ଚା ଲାଗିରହିଛି । କାରଣ ଦ୍ୱିତୀୟ ମ୍ୟାଚ୍‌ ହାଇଭୋଲଟେଜ୍‌ ହେବ । ୱେଷ୍ଟଇଣ୍ଡିଜ୍‌ ସିରିଜ୍‌କୁ ଫେରିବାକୁ ଚାହୁଁଥିବା ବେଳେ ଭାରତ ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା କରିବାକୁ ଚାହିଁବ । ଭାରତୀୟ ଦଳ କଥା କହିବାକୁ ଗଲେ, ଦଳ ଦ୍ୱିତୀୟ ଦିନିକିଆରେ କୌଣସି ପରିବର୍ତ୍ତନ କରିବାର ସମ୍ଭାବନା କମ୍ । କାରଣ ଦଳ ପ୍ରଥମ ମ୍ୟାଚ୍‌ ଜିତିସାରିଛି । ଶ୍ରେୟସ ଆୟର ଫର୍ମରେ ଥିବାରୁ ପରବର୍ତ୍ତୀ ମ୍ୟାଚ୍‌ରେ ତାଙ୍କୁ ଦଳରେ ସାମିଲ କରାଯାଇପାରେ । ଏ ନେଇ ଅଧିନାୟକ ରୋହିତ ଶର୍ମାଙ୍କ ନଜର ପ୍ଲେଇଂ ଇଲେଭେନ୍‌ ଉପରେ ରହିବ ।