ମେଟ୍ରୋ ଟିଭି ଓଡିଶା (୧୬.୫.୨୦୨୨)
ମିଆମି ନିକଟସ୍ଥ ଏକ ବ୍ରିଜରେ ବିମାନ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ)ର ରିପୋର୍ଟ ଅନୁଯାୟୀ ମିଆମି ନିକଟରେ ଥିବା ଏକ ବ୍ରିଜ୍ ଉପରେ ଗତ ଶୁକ୍ରବାର ଦିନ ଏକ ଛୋଟିଆ ବିମାନ ଦୁର୍ଘଟଣା ହୋଇଥିଲା ।

ବିମାନଟି ଦୁର୍ଘଟଣା ଘଟିବାପରେ ବିମାନଟିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଫଳରେ ଯାତ୍ରୀ ମାନେ ଗୁରୁତର ହୋଇଥିଲେ । ଗୁରୁତର ଯାତ୍ରୀଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ମିଆମି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।