ବିହାର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ମେଟ୍ରୋ ଟିଭି ଓଡିଶା (୨୩.୪.୨୦୧୨)

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜର ଏକ ଦିବସୀୟ ଗସ୍ତରେ ଆଜି ବିହାର ଯିବେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଭୋଜପୁର ଜିଲ୍ଳାର ଜଗଦୀଶପୁରରେ ବୀର କୁମ୍ବର ସିଂହଙ୍କ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଜଗଦୀଶପୁରର ବୀର କୁମ୍ବର ସିଂହ ବ୍ରିଟିଶ ଶାସନ ବିରୋଧରେ ୧୮୫୭ ସିପାହୀ ବିଦ୍ରୋହର ଜଣେ ନାୟକ ଥିଲେ । 

ଏହା ପରେ ଅମିତ ଶାହ ସାସାରାମରେ ଗୋପାଳ ନାରାୟଣ ସିଂହ ବିଶ୍ୱବିଦ୍ୟାଳର ପ୍ରଥମ ଦୀକ୍ଷାନ୍ତ ସମାରୋହରେ ସାମିଲ ହେବେ । ଗୃହମନ୍ତ୍ରୀ ଅମିତ ଶାହ ଘରୋଇ ବିଶ୍ୱବିଦ୍ୟାଳୟ ଗସ୍ତ ଅବସରରେ ମେଡିକାଲ ଓ ମ୍ୟାନେଜମେଣ୍ଟ ଛାତ୍ର ସମେତ ବିଭିନ୍ନ ପାଠ୍ୟକ୍ରମରେ ୭୦୦ରୁ ଅଧିକ ଛାତ୍ର-ଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ । ଏହି ଅବସରରେ ରାଜ୍ୟପାଳ ଫାଗୁ ଚୌହାନ ମଧ୍ୟ ଉପସ୍ଥିତ ରହିବେ । ସୂଚନାଯୋଗ୍ୟ, ଗୋପାଳ ନାରାୟଣ ବିଶ୍ୱବିଦ୍ୟାଳୟ ବିହାରର ପ୍ରଥମ ଘରୋଇ ବିଶ୍ୱବିଦ୍ୟାଳୟ । 

ଅମିତ ଶାହଙ୍କ ବିହାର ଗସ୍ତ ନେଇ ବିଜେପିର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭୋଜପୁରର ଜଗଦୀଶପୁରର ଦୁଲୌର ପଡ଼ିଆରେ ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ପ୍ରଥମ ଥର ୭୫୦୦୦ ଜାତୀୟ ପତାକା ଉଡିବ । ଏହାକୁ ୱାର୍ଲ୍ଡ ରେକର୍ଡ କରିବାକୁ ଉଦ୍ୟମ କରାଯିବ ।