ବହୁ ପୁରୁଣା ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ । ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ଯେତେବେଳେ ଜିଓନିଷ୍ଟମାନେ ଓଟ୍ଟୋମାନ୍ ନିୟନ୍ତ୍ରଣରେ ଥିବା ପାଲେଷ୍ଟାଇନ୍ରେ ଇହୁଦୀମାନଙ୍କ ପାଇଁ ନିଜସ୍ବ ରାଷ୍ଟ୍ର ପ୍ରତିଷ୍ଠା କରିବାକୁ ଚାହିଁଲେ ସେବେଠାରୁ ବିବାଦର ସୂତ୍ରପାତ ହୋଇଥିଲା। ୧୯୧୭ରେ ବ୍ରିଟିଶ ସରକାର ବାଲ୍ପୋର ଡିକ୍ଲାରେଶନ ଜାରି କରିଥିଲେ, ଯାହା ପାଲେଷ୍ଟାଇନରେ ଇହୁଦୀ ହୋମ୍ଲ୍ୟାଣ୍ଡ ଚିନ୍ତାଧାରାକୁ ଜନ୍ମ ଦେଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ଧ୍ୱଂସଲୀଳା ପରେ ପାଲେଷ୍ଟାଇନରେ ଇହୁଦୀ ରାଷ୍ଟ୍ର ପ୍ରତିଷ୍ଠା ଲାଗି ଅନ୍ତର୍ଜାତୀୟ ସ୍ତରରେ ଚାପ ଜୋର୍ଦାର ହୋଇଥିଲା, ଯେଉଁଥିରୁ ୧୯୪୮ରେ ଇସ୍ରାଏଲ୍ର ସୃଷ୍ଟି। ଇସ୍ରାଏଲ୍ ପ୍ରତିଷ୍ଠା ହେବା ସହ ଯୁଦ୍ଧ ଯୋଗୁ ଲକ୍ଷ ଲକ୍ଷ ପାଲେଷ୍ଟାଇନ୍ ବିସ୍ଥାପିତ ହୋଇ ଶରଣାର୍ଥୀ ହେଲେ। ଏହାକୁ ନେଇ ବହୁ ଦଶନ୍ଧି ଧରି ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ଲାଗି ରହିଛି। ପାଲେଷ୍ଟାଇନ୍ର ଅନୂ୍ୟନ କିଛି ଅଂଶରେ ପାଲେଷ୍ଟିନୀୟମାନେ ସେମାନଙ୍କର ନିଜସ୍ବ ସ୍ବାଧୀନ ରାଷ୍ଟ୍ର ସ୍ଥାପନ ଚାହାନ୍ତି। ଇସ୍ରାଏଲ୍ ନିଜର ସୀମାକୁ ସୁରକ୍ଷିତ ରଖିବା ସହ ଓ୍ବେଷ୍ଟବ୍ୟାଙ୍କକୁ ଅକ୍ତିଆର କରିଥିବାବେଳେ ଇଜିପ୍ଟିଆନ୍ ଇସ୍ରାଏଲୀ ଗାଜା ଷ୍ଟ୍ରିପ୍କୁ ଅବରୋଧ କରି ରଖିଛନ୍ତି।ଶାନ୍ତି ବୁଝାମଣା ଲାଗି ବିଗତ ବର୍ଷମାନଙ୍କରେ ଅନେକ ଉଦ୍ୟମ ହୋଇଛି। ତେବେ ଶାନ୍ତି ରାଜିନାମା ତିଷ୍ଠିପାରି ନାହିଁ। ବିବାଦକୁ ନେଇ ଅନେକ ସମୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ପାଲେଷ୍ଟିନୀୟ ବିଦ୍ରୋହୀ ଆକ୍ରମଣ କରିଥିବାବେଳେ ଇସ୍ରାଏଲ୍ ପକ୍ଷରୁ ସାମରିକ ଅଭିଯାନ କରାଯାଇଛି। ଆମେରିକା ଓ ଅନ୍ୟ କେତେକ ଦେଶ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ କରିଥିବାବେଳେ ଓ୍ବେଷ୍ଟବ୍ୟାଙ୍କରେ ଇସ୍ରାଏଲୀୟଙ୍କ ଆଧିପତ୍ୟ, ଜେରୁଜେଲମ୍ର ବୈଧାନିକ ସ୍ଥିତି ଏବଂ ପାଲେଷ୍ଟାଇନ୍ ଶରଣାର୍ଥୀ ଆଦି ଅନେକ ପ୍ରତିବନ୍ଧକ ଯୋଗୁ ତାହା ସଫଳ ହୋଇପାରି ନାହିଁ।
Trending
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
Prev Post