ବିଜୟ ପଥରେ ନ୍ୟୁଜିଲାଣ୍ଡ୍‌

zealand 482 with henrys century

ମେଟ୍ରୋ ଟିଭି ଓଡିଶା (୧୯ .୨.୨୦୨୨) :

ମ୍ୟାଟ୍ ହେନରିଙ୍କ ଘାତକ ବୋଲିଂ (୭/୨୩) ପରେ ହେନରି ନିକଲ୍ସଙ୍କ ଶତକ (୧୦୫, ୧୬୩ ବଲ୍‌) ବଳରେ ନ୍ୟୁଜିଲାଣ୍ଡ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ବଡ଼ ବିଜୟ ଦିଗରେ ଅଗ୍ରସର ହୋଇଛି। ଏପରିକି ଅଢ଼େଇ ଦିନରେ ଘରୋଇ ଦଳ ଟେଷ୍ଟ୍ ଜିତିଯିବାର ସମ୍ଭାବନା ସୃଷ୍ଟି କରିଛି। ଦକ୍ଷିଣ ଆଫ୍ରିକାର ପ୍ରଥମ ପାଳି ୯୫ ରନ୍‌ ଜବାବରେ ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳିରେ ୪୮୧ ରନ୍‌ କରିନେଇଛି। ନିକଲ୍ସଙ୍କ ବ୍ୟତୀତ ୱିକେଟରକ୍ଷକ ଟମ୍ ବ୍ଲଣ୍ଡେଲ୍‌ ବଢ଼ିଆ ବ୍ୟାଟିଂ କରିଥିଲେ ମଧ୍ୟ ମାତ୍ର ୪ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ।

ଏହି ଦୁଇ ଜଣଙ୍କ ବ୍ୟତୀତ ପାଳିର ତୃତୀୟ ବ୍ୟାଟର୍‌ ଭାବେ ୫୦ ରନ୍ ଅତିକ୍ରମ କରିଥିଲେ ୧୧ ନମ୍ବର ଖେଳାଳି ମ୍ୟାଟ୍ ‌ହେନରି। ପୂର୍ବଦିନ ୭ ୱିକେଟ୍ ସଫଳତା ପାଇଥିବା ମ୍ୟାଟ୍ ଅପରାଜିତ ଅର୍ଦ୍ଧଶତକ (୫୮*, ୬୮ ବଲ୍‌) ସହ ବିରଳ କ୍ଲବ୍‌ରେ ସାମିଲ ହୋଇଥିଲେ। ଟ୍ରେଣ୍ଟ୍ ବୋଲ୍ଟ ପିତୃତ୍ୱ ଛୁଟିରେ ଯିବାରୁ ଚୂଡାନ୍ତ ଏକାଦଶରେ ସୁଯୋଗ ପାଇଥିବା ମ୍ୟାଟ୍ ହେନରିଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ଏବେ ଅଧିକ ଚର୍ଚ୍ଚା‌ରେ ରହିଛି। ଗୁରୁବାର ହେନରିଙ୍କ ୭/୨୩ କାରଣରୁ ଦକ୍ଷିଣ ଆଫ୍ରିକା ୯୦ ବର୍ଷ ପରେ ପ୍ରଥମ ଥର ପ୍ରଥମ ପାଳିରେ ସର୍ବନିମ୍ନ ୯୫ ରନ୍‌ କରିଥିଲା। ପ୍ରଥମ ପାଳିରେ ୩୮୭ ରନ୍‌ ପଛୁଆ ରହିବା ପରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ୩୪ ରନ୍‌ରେ ୩ଟି ଦ୍ୱିତୀୟ ପାଳି ୱିକେଟ୍ ହରାଇ ଦେଇଥିବାରୁ ଲଜ୍ଜାଜନକ ପରାଜୟ ଆଶଙ୍କାରେ ରହିଛି।